Latest Odisha News

BREAKING NEWS

କରୋନା ଜୋନ ଅନୁଯାୟୀ କାମ କରିବ କୋର୍ଟ

ଭୁବନେଶ୍ୱର : କୋର୍ଟ କାର୍ଯ୍ୟକ୍ଷମ ନେଇ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ । କରୋନା ପ୍ରଭାବିତ ଅଂଚଳ ଦୃଷ୍ଟିରୁ ବିଭକ୍ତ ହୋଇଥିବା ଜୋନ ଅନୁଯାୟୀ କୋର୍ଟ ଖୋଲା ରହିବ ।

ହାଇକୋର୍ଟରେ ଆସନ୍ତାକାଲିଠାରୁ ସମସ୍ତ ୫ଟି କାର୍ଯ୍ୟ ଦିବସରେ ସିଙ୍ଗଲ ବେଂଚ ଏବଂ ମଙ୍ଗଳବାର ଓ ଗୁରୁବାକ ଡିଭିଜନ ବେଂଚ କାର୍ଯ୍ୟକ୍ଷମ ହେବ ।

ରେଡ୍ ଜୋନରେ ରହିଥିବା ତଳ କୋର୍ଟ ଘଣ୍ଟାଏ ପାଇଁ ଖୋଲିବ । କ୍ରିମିନାଲ ଓ ସିଭିଲ ମାମଲା ସହିତ ଜରୁରୀ ମାମଲାର ଶୁଣାଣି ହେବ । ଅଂରେଜ ଜୋନରେ ଥିବା ତଳ କୋର୍ଟ ଦୁଇ ଘଣ୍ଟା ପାଇଁ ଖୋଲା ରହିବ । ଗ୍ରୀନ ଜୋନରେ ଥିବା କୋର୍ଟ ଅଢେଇ ଘଣ୍ଟା ନହେଲେ ମଧ୍ୟାହ୍ନ ଭୋଜନ ବିରତି ଯାଏଁ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.