Latest Odisha News

BREAKING NEWS

୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କରିବ ଭାରତ

ନୂଆଦିଲ୍ଲୀ: ୨୦୨୬ ୟୁଥ୍ ଅଲିମ୍ପିକ୍ସ ଏବଂ ୨୦୩୨ ଅଲିମ୍ପିକ୍ସ ଆୟୋଜନ ପାଇଁ  ଭାରତ  ବିଡ୍ ଦାଖଲ କରିବ । କୋଭିଡ୍‌-୧୯ ଆଶଙ୍କା ଦୂର ହେବା ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଉଦ୍ୟମ କରାଯିବ ବୋଲି ଭାରତୀୟ ଅଲିମ୍ପିକ୍ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି । ୨୦୨୬ ୟୁଥ୍ ଅଲିମ୍ପିକ୍ସ ଏବଂ ୨୦୩୨ ଅଲିମ୍ପିକ୍ସ ଆୟୋଜନ ପାଇଁ ଆମେ ଦୃଢ଼ ଆଶାୟୀ ବୋଲି ସେ କହିଛନ୍ତି । ଭାରତ ଏ ସମ୍ପର୍କରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିକୁ ଲିଖିତଭାବେ ଜଣାଇ ଦେଇଛି ।

୨୦୨୬ ଗେମ୍ସ ପାଇଁ ଥାଇଲାଣ୍ଡ, ରୁଷିଆ ଓ କଲମ୍ବିଆ ସହିତ ଭାରତ ପ୍ରତିଦ୍ୱନ୍ଦ୍ୱିତା କରିବ । ସେହିପରି ୨୦୩୨ ଅଲିମ୍ପିକ୍ସ ପାଇଁ କୁଇନ୍ସଲାଣ୍ଡ, ଶାଙ୍ଘାଇ ଏବଂ ସମ୍ଭାବ୍ୟ ସିଓଲ-ପ୍ୟୋଙ୍ଗୟାଙ୍ଗ ମିଳିତ ବିଡ୍ ସହିତ ଭାରତର ମୁକାବିଲା ହେବ । ଅଲିମ୍ପିକ୍ସ ପାଇଁ କାଗତପତ୍ର ପ୍ରସ୍ତୁତ କାର‌୍ୟ୍ୟ ଆରମ୍ଭ ହୋଇ ଯାଇଛି । ୨୦୨୫ ସୁଦ୍ଧା ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ବାତ୍ରା କହିଛନ୍ତି ।

Leave A Reply

Your email address will not be published.