Latest Odisha News

BREAKING NEWS

ଜୁନ୍ ସୁଦ୍ଧା ଦୁଇ ଗୁଣା ବୃଦ୍ଧି ପାଇବ କୋଭାକ୍ସିନ୍ ଟିକା ଉତ୍ପାଦନ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ସଂକ୍ରମଣ ବଢୁଥିବା ବେଳେ, ଏହାକୁ ରୋକିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ସରକାର । ଏଥିପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । କିନ୍ତୁ ସଂକ୍ରମଣ ଭିତରେ ଚିନ୍ତା ବଢ଼ାଇଛି ଟିକାର ଅଭାବ । ସାରା ଦେଶରେ ଏବେ ଟିକାର ଅଭାବ ଦେଖାଦେଲାଣି । ଏହାରି ଭିତର କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ କହଛି, ମେ-ଜୁନ୍ ସୁଦ୍ଧା କୋଭାକ୍ସିନ୍ ଟିକା ଉତ୍ପାଦନ ଦୁଇ ଗୁଣା ବୃଦ୍ଧି ପାଇବ । ଏବଂ ଜୁଲାଇ-ଅଗଷ୍ଟ ସୁଦ୍ଧା କୋଭାକ୍ସିନ୍ ଉତ୍ପାଦନ ପ୍ରାୟ ୬ରୁ ୭ ଗୁଣା ବୃଦ୍ଧି ପାଇବ ।

ମନ୍ତ୍ରଣାଳୟର ସୂଚନା ଅନୁସାରେ, ୨୦୨୧ ସେପ୍ଟେମ୍ବର ସୁଦ୍ଧା ମାସିକ ୧୦ କୋଟି କୋଭାକ୍ସିନ୍ ଉତ୍ପାଦନ ହେବ । ଏଥିପାଇଁ ଭାରତ ବାୟୋଟେକକୁ କେନ୍ଦ୍ର ସରକାର ପ୍ରାୟ ୬୫ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହାବ୍ୟତୀତ ତିନିଟି ଘରୋଇ ଉଦ୍ୟୋଗ ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି ପାଇଁ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.