Latest Odisha News

କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାକୁ ୨୫ କୋଟି

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି କରୋନା ମହାମାୀର ପ୍ରକୋପ । ପ୍ରତିଦିନି ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ବେଶି ପ୍ରଭାତି ହୋଇଛି ପଶ୍ଚିମ ଓଡ଼ିଶା । କୋଭିଡ ମହାମାରୀ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟସେବାକୁ ଅଧିକ ମଜଭୁତ୍ କରିବା ପାଇଁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୫ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହି ଅର୍ଥରୁ ଜିଲ୍ଲା ପ୍ରଶାସନ ଆବଶ୍ୟକତା ଅନୁସାରେ ସ୍ବାସ୍ଥ୍ୟ ଉପକରଣ କିଣିପାରିବେ ।

ପଶ୍ଚିମ ଓଡ଼ିଶାରେ ଦେଖା ଦେଇଥିବା କୋଭିଡ୍ ମୁକାବିଲା ପାଇଁ ଆବଶ୍ୟକ ଅତିରିକ୍ତ ଆଇସିୟୁ, ଏଚଡିୟୁ ବେଡ୍, ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସାମଗ୍ରୀ ସହ କରୋନା ପରୀକ୍ଷା, କ୍ସିଜେନ୍ ପାଇପ୍, ପଲ୍ସ ଅକ୍ସିମିଟର ଆଦି କିଣାଯାଇ ପାରିବ । ଜିଲ୍ଲା ପ୍ରଶାସନ ଜରୁରୀ ଅନୁଯାୟୀ ଏହି ସବୁ ଅତ୍ୟାବଶ୍ୟକ ମେଡିକାଲ ଉପକରଣ କିଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କରୋନା ବିରୋଧରେ ଲଢ଼େଇ କରୁଛି । ତେଣୁ ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶାକୁ କରୋନା ମହାମାରୀର ମୁକାବିଲା ପାଇଁ ସହାୟତା ହାତ ବଢ଼ାଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ।

Leave A Reply

Your email address will not be published.