Latest Odisha News

BREAKING NEWS

ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଉପରେ ପ୍ରଭାବୀ ଦେଶୀ ଟିକା କୋଭାକ୍ସିନ୍

ପୁନେ: ଦେଶୀ କୋଭିଡ୍ ଟିକା କୋଭାକ୍ସିନ୍ ଲାଗି ଖୁସି ଖବର । ଦୁନିଆରେ କରୋନାର ଭିନ୍ନ ଭିନ୍ନ ଷ୍ଚ୍ରେନକୁ ନେଇ ଆତଙ୍କ ଖେଳିଯାଇଛି । କାରଣ ପୂର୍ବାପେକ୍ଷା କରୋନାର ନୂତନ ଷ୍ଟ୍ରେନ୍ ଶୀଘ୍ର ସଂକ୍ରମିତ କରୁଛି । ଗବେଷଣାରୁ ଜଣାପଡ଼ିଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦେଶୀ କରୋନା ଟିକା କୋଭାକ୍ସିନ୍ କରୋନାର ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ ଉପରେ କାମ କରୁଛନ୍ତି । ପ୍ରାଥମିକ ଗବେଷଣାରୁ ଏହି ତଥ୍ୟ ଜାଣିବାକୁ ପାଇଛି ଆଇସିଏମ୍ଆର୍ ।

ଆଇସିଏମ୍ଆରର ବିଶେଷଜ୍ଞଙ୍କ ଅନୁସାରେ, ଜାନୁଆରୀରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି SARS-CoV-2 ବିରୋଧରେ କୋଭାକ୍ସିନ୍ କାର୍ଯ୍ୟ କରୁଛି । ଏପରିକି କରୋନାର ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ କୋଭାକ୍ସିନ୍ ପ୍ରଭାବଶାଳୀ । ତେବେ, ଏହା ଗବେଷଣାର ପ୍ରାଥମିକ ତଥ୍ୟ । ଏହା ଉପରେ ବିସ୍ତୃତ ତଥ୍ୟକୁ ଅପେକ୍ଷା କରିଛନ୍ତି ଆଇସିଏମଆରର ବୈଜ୍ଞାନିକ । ଟିକା କାମ କରୁଥିଲେ ମଧ୍ୟ ଆମକୁ ଆବଶ୍ୟକତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବୋଲି କୁହାଯାଇଛି ।

କରୋନାର ନୂଆ ଭାରିଆଣ୍ଟ ବିରୋଧରେ ଟିକା ଫଳପ୍ରଦ ହେଉଥିବା ବେଳେ ଦେଶରେ ପୁଣି ବଢ଼ୁଥିବା ସଂକ୍ରମଣ ଉପରେ ମତ ରଖିଛନ୍ତି ବିଶେଷଜ୍ଞ । ଲୋକ କୋଭିଡ୍ ନିୟମକୁ ପାଳନ କରୁନଥିବାରୁ ସଂକ୍ରମଣ ବଢ଼ୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.