Latest Odisha News

BREAKING NEWS

କାଲିଠୁ ଭାରତ-ଇଂଲଣ୍ଡ T-20 ସିରିଜ, କାହାର ପଲ୍ଲା କେତେ ଭାରି ?

ଅହମ୍ମଦାବାଦ: ଟେଷ୍ଟ ପରେ କାଲିଠୁ ମିଶନ ଟି-ଟ୍ୱେଣ୍ଟି । ଭାରତ-ଇଂଲଣ୍ଡ ଲଢ଼େଇ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଞ୍ଚ ଟିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଇୟନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଟେଷ୍ଟ ପରାଜୟର ବଦଲା ନେବା ଲକ୍ଷ୍ୟରେ ଖେଳିବ । ସେପଟେ ୩-୧ରେ ଟେଷ୍ଟ ସିରିଜ ଜିତିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଡ଼ ରହିଛି । ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ ଦଳ ବି ଟି-ଟ୍ୱେଣ୍ଟି କବଜା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ।

ଟି-ଟ୍ୱେଣ୍ଟି ରାଙ୍କିଂରେ ଏକ ନମ୍ୱରa ସ୍ଥାନରେ ରହିଛି ଇଂଲିଶ ଦଳ । ସେମାନଙ୍କୁ ହରାଇବା କୋହଲି ବାହିନୀ ପାଇଁ ଏତେ ସହଜ ହେବ ନାହିଁ । ଭାରତ-ଇଂଲଣ୍ଡ ବର୍ତ୍ତମାନ ସୁଦ୍ଧା ୧୪ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଉଭୟ ଟିମ୍ ଜିତିଛନ୍ତି ୭ଟି ଲେଖାଏ ମ୍ୟାଚ୍ । ଭାରତରେ ଉଭୟ ଦଳ ଖେଳିଥିବା ଟି-ଟ୍ୱେଣ୍ଟି ମ୍ୟାଚରେ କଡ଼ା ମୁକାବିଲା ହୋଇଛି । ୬ଟିରୁ ଉଭୟ ଦଳ ତିନିଟି ଲେଖାଏ ମ୍ୟାଚରେ ବିଜୟୀ ହୋଇଛନ୍ତି ।

ସେହିପରି ଉଭୟ ଦଳ ଟି-ଟ୍ୱେଣ୍ଟିରେ ସର୍ବାଧିକ ସ୍କୋର ବି ହାସଲ କରିଛନ୍ତି । ୨୦୦୭ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଭାରତ ସର୍ବାଧିକ ୨୧୮ ରନ୍ କରିଥିଲା । ଜବାବରେ ୨୦୦ରନ ହାସଲ କରିଥିଲା ଇଂଲିଶ ବାହିନୀ ।

ସେହିପରି ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ସବୁଠୁ ସଫଳ କ୍ରିକେଟର ହେଉଛନ୍ତି କ୍ୟାପଟେନ୍ କୋହଲି । ୧୨ଟି ମ୍ୟାଚ ଖେଳି ବିରାଟ ହାସଲ କରିଛନ୍ତି ୩୪୬ରନ୍ । ସେହିପରି କେ. ଏଲ୍. ରାହୁଲ ଓ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ଶକତ ମାରିଛନ୍ତି । କିନ୍ତୁ ଇଂଲଣ୍ଡର କୌଣସି କ୍ରିକେଟର ଟି-ଟ୍ୱେଣ୍ଟିରେ ଭାରତ ବିପକ୍ଷରେ ଶତକ ମାରି ନାହାନ୍ତି ।

ବୋଲିଂରେ ଇଂଲଣ୍ଡ ବିପକ୍ଷରେ ଆଗରେ ଯୁଜବେନ୍ଦର ଚହଲ । ୬ଟି ମ୍ୟାଚରେ ନେଇଛନ୍ତି ୯ଟି ଓ୍ୱିକେଟ । ଗୋଟିଏ ଇନିଂସରେ ୨୫ ରନ୍ ଦେଇ ସର୍ବାଧିକ ୬ଟି ଓ୍ୱିକେଟ ନେଇଛନ୍ତି ଚହଲ । ଚଳିତବର୍ଷ ଅକ୍ଟୋବରରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଭାରତ-ଇଂଲଣ୍ଡ ଏହି ସିରିଜ ବି ବେଶ ଗୁରୁତ୍ୱ ରଖୁଛି । ଆଗାମୀ ବିଶ୍ୱକପକୁ ଦୃଷ୍ଚିରେ ରଖି ଏବେଠାରୁ ଖେଳାଳି ଚୟନ ଆରମ୍ଭ ହେବ ।

ଟିମ୍ ଇଣ୍ଡିଆ ସ୍କ୍ୱାଡ୍
ବିରାଟ କୋହିଲ, ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧଓ୍ୱନ, ଶ୍ରେୟସ ଆୟାର, ଋଷଭ ପନ୍ଥ(ଓ୍ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଷାନ (ଓ୍ୱିକେଟ କିପର), ଯୁଜବେନ୍ଦର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଓ୍ୱାଶିଂଟନ ସୁନ୍ଦର, ରାହୁଲ ତେବତିଆ, ଟି. ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସାଇନି, ସାର୍ଦ୍ଦୁଲ ଠାକୁର
ଇଂଲଣ୍ଡ ସ୍କ୍ୱାଡ୍
ଇୟନ ମୋର୍ଗାନ, ମୋଇନ୍ ଅଲ୍ଲୀ, ଜୋଫ୍ରା ଆର୍ଚର, ଜନି ବେୟଷ୍ଟ୍ରୋ, ସୋମ୍ ଓ୍ୱିଲିଂସ, ଜୋସ ବଟଲର, ସୋମ କରନ, ଟମ୍ କରନ, କ୍ରିସ ଜୋର୍ଡାନ, ଲିୟାନ୍ ଲିବିଙ୍ଗଷ୍ଟୋନ୍, ଡେଭିଡ୍ ମଲାନ୍, ଆଦିଲ ରସିଦ, ଜାସନ୍ ରାୟ, ବେନ୍ ଷ୍ଟୋକସ୍, ରିସ ଟୋପଲେ, ମାର୍କ ବୁଡ୍

Leave A Reply

Your email address will not be published.