ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ସୋମବାର ଦିନ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକଙ୍କର କୋରାନାଭାଇରସ ସମ୍ପର୍କିତ ସ୍କ୍ରିନିଂ କରାଯାଇଛି । ଏହି ସମସ୍ତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଏମାନେ ମହାରାଷ୍ଟ୍ର ଏବଂ ଗୁଜରାଟରୁ ଫେରିଛନ୍ତି ।
“ସେମାନଙ୍କର ବ୍ୟକ୍ତିଗତ ଏବଂ ଯାତ୍ରା ସମ୍ବନ୍ଧୀୟ ବିବରଣୀ ନେବାସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେଲ୍ଫ କ୍ୱାରେଣ୍ଟାଇନରେ ରହିବା ଲାଗି ପରାମର୍ଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ଜିଲ୍ଲାପାଳଙ୍କ କହିବାନୁଯାୟୀ ସେମାନେ କୋଣାର୍କ ଏକ୍ସପ୍ରେସ, ପୁରୀ-ଅହମ୍ମଦାବାଦ ଇଣ୍ଟରସିଟି ଏକ୍ସପ୍ରେସ ଓ ଗରିବ ରଥ ଟ୍ରେନ ଯୋଗେ ନିଜ ଗ୍ରାମକୁ ଫେରିଛନ୍ତି ।
ସେ କହିଛନ୍ତି, “ମହାରାଷ୍ଟ୍ରରେ କରୋନାଭାଇରସର ଅଧିକ ମାମଲା ବୃଦ୍ଧିକୁ ଧ୍ୟାନରେ ରଖି ଆମେ ନିଜେ ଷ୍ଟେସନରେ ସ୍କ୍ରିନିଂ କରୁଛୁ। ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ଛାଡି ଦିଆଯିବ। ବସ୍ ଏବଂ ଟ୍ରେନ୍ ଚଳାଚଳ ବନ୍ଦ ହେବା ସହ ଗଞ୍ଜାମ ଜିଲ୍ଲାର ଲକଡାଉନ୍ ପ୍ରାୟ ୧୦୦ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ସ୍ଥାନୀୟ ଲୋକଙ୍କ ଠାରୁ ଆମର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କୁଲାଙ୍ଗେ କହିଛନ୍ତି।
Comments are closed.