Latest Odisha News

BREAKING NEWS

ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଆଉ ପାଞ୍ଚ ଜଣ ବ୍ୟକ୍ତିଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ। ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚିଛି।

ଗଞ୍ଜାମ, କନ୍ଧମାଳ, ବାଲେଶ୍ୱର ମାଲକାନଗିରି ଏବଂ ପୁରୀରୁ ଏହି ନୂତନ ମୃତ୍ୟୁ ରେକର୍ଡ ହୋଇଛି ।
ସବିଶେଷ ତଥ୍ୟ…

୧. ବାଲେଶ୍ଵର ଜିଲ୍ଲାର ୪୬ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।

୨. ପୁରୀ ଜିଲ୍ଲାରେ ଜଣେ ୫୫ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି।

୩. ଗଞ୍ଜାମ ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି । ଯେ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।

୪. କନ୍ଧମାଳ ଜିଲ୍ଲାରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେ ପୂର୍ବରୁ ଯକୃତ ରୋଗ, ଜଣ୍ଡିସ୍ ଏବଂ ହେପାଟିକ୍ ଏନସେଫାଲୋପାଥି ଆଦି ରୋଗରେ ପୀଡିତ ଥିଲେ।

୫. ମାଲକାନଗିରି ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି । ସେ ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

Leave A Reply

Your email address will not be published.