Latest Odisha News

BREAKING NEWS

ଓଡ଼ିଶାରେ ୧୦ ହଜାର ଉପରେ ଆକ୍ଟିଭ୍ କେସ୍, ଦିଲ୍ଲୀ ଓ ରାଜସ୍ଥାନଠୁ ବି ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପ୍ରତିଦିନ ହଜାରେ ଉପରେ ଆସୁଛି ପଜିଟିଭ୍ କେସ୍ । ପ୍ରତିଦିନ ଅଧିକ ଆକ୍ରାନ୍ତ ସୁସ୍ଥ ବି ହେଉଛନ୍ତି । ଏବେ ଚିନ୍ତା ବଢ଼ାଇଲାଣି ରାଜ୍ୟର ଆକ୍ଟିଭ୍ କେସ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୯୧୯ ଭୂତାଣୁ ସଂକ୍ରମିତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଆକ୍ଟିଭ କେସରେ ଦଶମ ସ୍ଥାନରେ ଓଡ଼ିଶା
ଦେଶରେ ଭୂତାଣୁ ସଂକ୍ରମିତ ରାଜ୍ୟ ତାଲିକାର ୧୫ତମ ସ୍ଥାନରେ ରହିଛି ଓଡ଼ିଶା । କିନ୍ତୁ ଆକ୍ଟିଭ୍ ଲିଷ୍ଟରେ ଓଡ଼ିଶାର ସ୍ଥାନ ଦଶ ନମ୍ୱର । ଗତକାଲି ସୁଦ୍ଧା ଓଡ଼ିଶା ଏହି ବର୍ଗରେ ୧୩ତମ ସ୍ଥାନରେ ରହିଥିଲା । ଗତ ୨୪ ଘଣ୍ଟାରେ ବାହାରିଥିବା ପଜିଟିଭ୍ କେସକୁ ମିଶାଇବା ପରେ ଓଡ଼ିଶା ତିନିଟି ସ୍ଥାନ ଉପରକୁ ଉଠିଛି ।
ଦିଲ୍ଲୀ, ରାଜସ୍ଥାନକୁ ଟପିଗଲା ଓଡ଼ିଶା
ଆକ୍ଟିଭ କେସରେ ଅଧିକ ସଂକ୍ରମିତ ଦିଲ୍ଲୀ (ଆକ୍ଟିଭ୍ କେସ୍-୧୦୮୮୭), ରାଜସ୍ଥାନ (ଆକ୍ଟିଭ୍ କେସ୍-୧୦୬୬୮) ଭଳି ରାଜ୍ୟକୁ ଅତିକ୍ରମ କରିଛି ଓଡ଼ିଶା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ କିଛି ଦିନ ଭିତରେ ଆକ୍ଟିଭ କେସରେ ମଧ୍ୟପ୍ରଦେଶ (୮୦୪୪), ଆସାମ (୮୨୪୧), ଝାଡ଼ଖଣ୍ଡ (୫୧୨୧), ପଞ୍ଜାବକୁ (୪୨୯୦) କାଟିଛି ଓଡ଼ିଶା ।
ଓଡ଼ିଶାରେ ଅଧିକ ସୁସ୍ଥ, ମୃତ୍ୟୁହାର କମ୍
ସେହିପରି ଓଡ଼ିଶାରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି । ସାରା ଦେଶରେ ସୁସ୍ଥ ତାଲିକାରେ ଓଡ଼ିଶା ୧୬ତମ ସ୍ଥାନରେ ରହିଛି । ଦିଲ୍ଲୀରେ ସର୍ବାଧିକ ସୁସ୍ଥତା ହାର ରହିଛି ୮୮.୮୮ ପ୍ରତିଶତ । ଓଡ଼ିଶାରେ ମୃତ୍ୟୁହାର କିନ୍ତୁ କମ୍ । ଦେଶ ତୁଳନାରେ ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୬ ପ୍ରତିଶତ । ଦେଶରେ ୨୫ତମ ସ୍ଥାନରେ ଅଛି ଓଡ଼ିଶା । ଗୁଜୁରାଟରେ ସବୁଠୁ ଅଧିକ ୪.୧ ପ୍ରତିଶତ ମୃତ୍ୟୁହାର ରହିଛି ।

ରାଜ୍ୟରେ ୩୦ ହଜାର ଛୁଇଁବ କରୋନା ପଜିଟିଭ୍ କେସ୍ । ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି ୨୯ ହଜାର ୧୭୫ । ସୁସ୍ଥ ହେଲେଣି ୧୮ ହଜାର ୬୧ ଜଣ ଆକ୍ରାନ୍ତ । ୧୫୯ ମୁଣ୍ଡ ନେଇଛି ମାରାତ୍ମକ ଭାଇରସ୍ ।

Leave A Reply

Your email address will not be published.