କେନ୍ଦୁଝର: ନିକଟ ଅତୀତରେ ଦୁବାଇରୁ ଫେରିଆସି ଜଣେ ବ୍ୟକ୍ତି ଗ୍ରାମରେ ରହୁଥିବା ଜାଣିବା ପରେ ଜିଲ୍ଲାର ଗମ୍ଭାରିଆ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।
ସୂଚନା ଅନୁଯାୟୀ, ପ୍ରାୟ ଚାରି ଦିନ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଦୁବାଇରୁ ଫେରିବା ପରେ ତାଙ୍କ ଶ୍ୱଶୁର ଘରେ ରହି ଆସୁଛନ୍ତି । ଏନେଇ ଜାଣିବା ପରେ ଗ୍ରାମବାସୀ ମାନେ ତାଙ୍କ ଘରକୁ ଯାଇ ଉକ୍ତ ବ୍ୟକ୍ତିଙ୍କର କରୋନାଭାଇରସ୍ ସମ୍ପର୍କିତ ଡାକ୍ତରୀ ପରୀକ୍ଷା କରିବାକୁ ଦାବି କରିଥିଲେ। ଯାହାଫଳରେ ପରିବାର ସଦସ୍ୟମାନେ ଏବେ ତାଙ୍କୁ ହୋମ୍ ଆଇସୋଲେସନରେ ରଖିଛନ୍ତି ।
ଖବର ପାଇ ଏକ ଡାକ୍ତରୀ ଟିମ୍ ଶନିବାର ଉକ୍ତ ଗାଁରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିଙ୍କୁ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଜଣାପଡିଛି ।
Comments are closed.