Latest Odisha News

BREAKING NEWS

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୩୧ ଯାଏଁ ଏହିସବୁ ଟ୍ରେନ ବାତିଲ, ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ କରୋନାଭାଇରସ କାୟା ବିସ୍ତାର କରୁଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ଅନେକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ।

ବାତିଲ ଟ୍ରେନ୍‌-

୧୨୮୮୮/୧୨୮୮୭ ପୁରୀ-ହାୱଡା ସାପ୍ତାହିକ ଏକ୍ସପ୍ରେସ, ଉଭୟ ପଟୁ
୨୨୮୩୬/୨୨୮୩୫ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ଏକ୍ସପ୍ରେସ, ଉଭୟ ପଟୁ
୨୨୮୯୦/୨୨୮୮୯ ପୁରୀ-ଦୀଘା-ପୁରୀ ସାପ୍ତାହିକ ଏକ୍ସପ୍ରେସ, ଉଭୟ ପଟୁ
୧୮୪୦୭/୧୮୪୦୮ ପୁରୀ-ସାଇନଗର ଶିରିଡି-ପୁରୀ ଏକ୍ସପ୍ରେସ, ଉଭୟ ପଟୁ
୨୨୮୪୭/୨୨୮୪୮ ବିଶାଖାପଟନମ-ଏଲଟିଟି-ବିଶାଖାପଟନମ ଏକ୍ସପ୍ରେସ, ଉଭୟ ପଟୁ
୨୨୮୬୬/୨୨୮୬୫ ପୁରୀ-ଏଲଟିଟି-ପୁରୀ ଏକ୍ସପ୍ରେସ ପୁରୀରୁ ୨୪ ଏବଂ ୩୧ ମାର୍ଚ୍ଚ ଏବଂ ଏଲଟିଟିରୁ ୨୬ମାର୍ଚ୍ଚ ଓ ୨ ଏପ୍ରିଲ୍ ଯାଏଁ ।
୨୨୨୦୧/୨୨୨୦୨ ଶେଲଡହ-ପୁରୀ-ଶେଲଡହ ତ୍ରି-ସାପ୍ତାହିକ ଏକ୍ସପ୍ରେସ, ଉଭୟ ପଟୁ

ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ଟ୍ୱିଟ୍ କରାଯାଇଥିବା ବେଳେ ରେଲୱେ ପକ୍ଷରୁ ଅନେକ ସତର୍କତା ମୂଳକ ପଦକ୍ଷେପ ପାଇଁ ଗାଇଡଲାଇନ୍ ଜାରି କରାଯାଉଛି । ସେଥିମଧ୍ୟରେ ରହିଛି-

ରେଳ ଷ୍ଟେସନରେ ଭିଡକୁ ଏଡାଇବା ଲାଗି ଏବେ ରିଫଣ୍ଡ ତଥା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବା ପ୍ରକ୍ରିୟାକୁ ସରଳ କରିଛି ରେଳବାଇ ।

ଇ-ଟିକେଟ୍ ପାଇଁ ମଧ୍ୟ ସମସ୍ତ ନିୟମ ସମାନ ରହିଛି, ଯାହାଫଳରେ ଟିକେଟ୍ ରିଫଣ୍ଡ ପାଇଁ ଯାତ୍ରୀ ଷ୍ଟେସନକୁ ଆସିବାକୁ ପଡିବ ନାହିଁ ।

ଏହି ସୁବିଧା ମାଚ୍ଚ ୨୧ରୁ ଏପ୍ରିଲ୍ ୧୫ ତାରିଖ ଯାଏଁ ଉପଲବ୍ଧ ।

ସେହିପରି ମାର୍ଚ୍ଚ ୨୧ ତାରିଖରୁ ଆସନ୍ତା ଏପ୍ରିଲ୍ ୧୫ ତାରିଖ ଯାଏଁ ବାତିଲ ହୋଇଥିବା ଟ୍ରେନ ଲାଗି ଯାତ୍ରୀମାନେ ଯାତ୍ରା ତାରିଖ ଠାରୁ ୪୫ ଦିନରେ ଟିକେଟ୍ ଦାଖଲ କଲେ କାଉଣ୍ଟରରୁ ଟଙ୍କା ରିଫଣ୍ଡ ମିଳିବ ।

ଯେଉଁ ଯାତ୍ରୀ ମାନେ ୧୩୯ ମାଧ୍ୟମରେ ଟିକେଟ୍ ବାତିଲ୍ କରିବାକୁ ଚାହୁଁଛନ୍ତି, ଯାତ୍ରା ତାରିଖ ଠାରୁ ୩୦ ଦିନ ମଧ୍ୟରେ କାଉଣ୍ଟରରୁ ଟଙ୍କା ଫେରସ୍ତ ପାଇପାରିବେ ।

ଏହି ଭାଇରସ ସଂକ୍ରମଣର ଆଶଙ୍କା ଥିବାରୁ ପାସେଞ୍ଜରମାନଙ୍କୁ ରେଲୱେ ଷ୍ଟେସନରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.