Latest Odisha News

BREAKING NEWS

କରୋନା ବିରୁଦ୍ଧରେ ଲଢ଼େଇ: ବ୍ରଜରାଜନଗରକୁ ସପ୍ତାହେ ବ୍ୟାପୀ ଲକଡାଉନ ଘୋଷଣା

ଝାରସୁଗୁଡା: ଓଡିଶା ସରକାର ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ସପ୍ତାହେ ବ୍ୟାପୀ ଲକଡାଉନ ଘୋଷଣା କରିବା ପରେ ଝାରସୁଗୁଡା ଜିଲ୍ଲାପାଳ ମଧ୍ୟ ରବିବାର ଦିନ ବ୍ରଜରାଜନଗର ସହରକୁ ବନ୍ଦ ଘୋଷଣା କରିଛନ୍ତି । ରାଜ୍ୟରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜନତା କର୍ଫ୍ୟୁ ଚାଲିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ବନ୍ଦ ଅବଧି ପାଇଁ ଲାଗୁ କରାଯାଇଥିବା ସମସ୍ତ ଗାଇଡଲାଇନ ମାର୍ଚ୍ଚ ୨୯ ତାରିଖ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ବ୍ରଜରାଜନଗରରେ ଲାଗୁ କରାଯିବ ।

ସେ କହିଛନ୍ତି ଯେ, ଶନିବାର ରାତି ଜିଲ୍ଲାସ୍ତରୀୟ ବୈଠକରେ ବ୍ରଜରାଜନଗର ସହରକୁ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.