Latest Odisha News

ଆପୋଲୋର ପ୍ରୋଜେକ୍ଟ ଷ୍ଟେ ଆଇ: ହୋଟେଲ କୋଠରିରେ ଆଇସୋଲେସନ ରୁମ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍ ପକ୍ଷରୁ ପ୍ରୋଜେକ୍ଟ ଷ୍ଟେ ଆଇ ବିଷୟରେ ଘୋଷଣା କରାଯାଇଛି । ଏଥିରେ କ୍ୱାରାଟିଂନ୍ ପାଇଁ ହୋଟେଲ୍ କୋଠରିଗୁଡ଼ିକୁ ଆଇସୋଲେସନ୍ ରୁମ୍‌ରେ ପରିଣତ କରାଯାଉଛି । ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ଏଠାରେ ଏଭଳି ଭାବେ ରଖାଯାଉଛି ଯଦ୍ୱାରା ସେମାନେ ଆରୋଗ୍ୟ ଲାଭ କରିପାରୁଛନ୍ତି । ସେମାନଙ୍କ ଚିକିତ୍ସା ଉପରେ ନିୟମିତ ନଜର ରଖାଯାଇଛି ।

ଯେଉଁମାନେ ଅତ୍ୟଧିକ ଅସୁସ୍ଥ ନାହାନ୍ତି ସେମାନେ ହସ୍ପିଟାଲ୍‌ର ଶଯ୍ୟାକୁ ମାଡ଼ି ନବସି ଏହି ସୁବିଧା ହାସଲ କରିପାରିବେ । ହସ୍ପିଟାଲ୍ ଉପରୁ ଚାପ ହଟାଇବା ସହିତ ଆଇସୋଲେସନ ଓ କ୍ୱାରେଣ୍ଟାଇନ ପାଇଁ ବ୍ୟବସ୍ଥା ବିକଶିତ କରିବା ହେଉଛି ପ୍ରୋଜେକ୍ଟ ଆଇର ପ୍ରମୁଖ ଲକ୍ଷ୍ୟ ବୋଲି ଆପୋଲୋ ପକ୍ଷରୁ ସୂଚନା ମିଳିଛି। ।

ଆପୋଲୋ ଗ୍ରୁପ୍‌ର ଅଧ୍ୟକ୍ଷ ଡକ୍ଟର ପ୍ରତାପ ସି ରେଡ୍ଡି କହିଛନ୍ତି ଯେ, “ସ୍ଥିତିର ମୁକାବିଲା ଲାଗି ରାଜ୍ୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯେଉଁଭଳି ପ୍ରସ୍ତୁତ ଓ ପ୍ରତିକ୍ରିୟାଶୀଳ ଅଛନ୍ତି ସେଥିପାଇଁ ଆପୋଲୋ ହସ୍ପିଟାଲ୍ ଧନ୍ୟବାଦ ଜଣାଉଛି । ଆମ ଦେଶର ଆବଶ୍ୟକତା ବହୁତ ଅଧିକ ଏବଂ ଆମେ ସରକାରଙ୍କ ଏହି ଅଭିଯାନକୁ କ୍ଷୁଦ୍ର ଉପାୟରେ ସହାୟତା ପ୍ରଦାନ କରୁଛୁ । ଆମେ ବହୁତ ଖୁସି ଯେ ଆମର ପ୍ରୋଜେକ୍ଟ କବଚର ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆରମ୍ଭ କରୁଛୁ ଯେଉଁଥିରେ ପ୍ରଯୁକ୍ତି ଓ ନୂତନତ୍ୱ ଲୋକଙ୍କ ପାଇଁ ସମାଧାନ ପ୍ରଦାନ କରୁଛି । ଏହା ହେଉଛି ଭାରତର ଭବିଷ୍ୟତ ଯେଉଁଠାରେ ଆମେ ପ୍ରତିକ୍ରିୟାଶୀଳ, ଅଭିନବତା ଏବଂ ଅନ୍ତୁର୍ଭକ୍ତୀକରଣ ରହିଛୁ ।’’

ଏହି ମଡେଲ୍‌କୁ ବ୍ୟାପକ କରାଯାଇପାରିବ, ଅନ୍ୟ ସ୍ଥାନରେ ଅନୁକରଣ କରାଯାଇପାରିବ ଏବଂ ଟେଲି ମେଡିସିନ୍ ପାଇଁ ପ୍ରଯୁକ୍ତିକୁ ବ୍ୟବହାର କରାଯାଇପାରିବ । ରାତାରାତି ସ୍ୱଚ୍ଛ ପରିବେଶ ସହିତ ସୁଲଭ ଏବଂ ସୁରକ୍ଷିତ କୋଠରି ପ୍ରଦାନ କରିବା ଲାଗି ଆପୋଲୋ ହସ୍ପିଟାଲସ୍ ପକ୍ଷରୁ ହିନ୍ଦୁସ୍ତାନ ୟୁନିଲିଭର, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଓୟୋ ରୁମସ୍‌, ଲେମନ ଟ୍ରି, ଜିଞ୍ଜର ହୋଟେଲ ଏବଂ ଜୋମାଟୋ ସହିତ ସହବନ୍ଧନ ସ୍ଥାପନ କରାଯାଇଛି । ଏହି ଆଇସୋଲେସନ ରୁମ୍‌ଗୁଡ଼ିକ ଏବେ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, କୋଲକାତା, ବାଙ୍ଗାଲୋର ଓ ଦିଲ୍ଲୀରେ ରହିଛି ।

Comments are closed.