Latest Odisha News

BREAKING NEWS

ଲକଡାଉନ ସତ୍ତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଜାରି ରଖିଛି ଭାରତୀୟ ରେଳ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଥିଲେ ମଧ୍ୟ କରୋନା ସଂକ୍ରମଣ କାଳରେ ଭାରତୀୟ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରଖିଛି ।

ଭିତିଭୂମି ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟର ହିତକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସମୟୋଚିତ ଭାବେ ସାଧାରଣ ଜିନିଷପତ୍ର ପହଂଚାଇବା କାର୍ଯ୍ୟ କରିଛି । ଏହାର ମାଲ ପରିବହନ ପଥକୁ ସମ୍ପୂଣ୍ଣ କାର୍ଯ୍ୟକ୍ଷମ ରଖି ଉଭୟ ଘରୋଇ ଓ ଶିଳ୍ପ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ଦିଗରେ ସକ୍ଷମ ହୋଇଛି ।

ସରକାରୀ ସୂଚନା ଅନୁଯାୟୀ, ଗତ ତିନିଦିନ ମଧ୍ୟରେ ରେଳବାଇ ପକ୍ଷରୁ ୭୧୯୫ ଖାଦ୍ୟଶସ୍ୟ ବାଗନ, ୬୪୫୬୭ କୋଇଲା ବାଗନ, ୩୩୧୪ ଇସ୍ପାତ ବାଗନ, ୩୮୩୮ ପେଟ୍ରେଲିୟମ ବାଗନ ଏହିପରି ସର୍ବୋମୋଟ ୧,୪୩,୪୫୮ ବାଗନ ମାଲ ପରିବହନ କରିଛି ।
ପୂର୍ବରୁ ବିଭିନ୍ନ ସ୍ଥାନରେ ମାଲ ଖଲାସ ଓ ବୋଝେଇ ନେଇ ରେଳବାଇ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରମାନଙ୍କ ସାହ ମିଶି ବିଭିନ୍ନ ତ୍ରୁଟି ବିଚ୍ୟୁତର ସମାଧାନର ସୂତ୍ର ଭାରତୀୟ ରେଳବାଇ ବାହାର କରିପାରିଛି ।

Leave A Reply

Your email address will not be published.