Latest Odisha News

BREAKING NEWS

ଓଡ଼ିଶାର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଭ୍ୟାକ୍ସିନ୍ ଦେବାକୁ ଅପରାଜିତାଙ୍କ ଦାବି

ଭୁବନେଶ୍ୱର: ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ । ଦେଶର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ CoWIN ପୋର୍ଟାଲରେ ପଞ୍ଜିକରଣ କରି ଟିକା ନେଇ ପାରିବେ । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ ଇଚ୍ଛୁକ ବ୍ୟକ୍ତି । ୪୫ ବର୍ଷରୁ ଅଧିକ ବୟସ୍କ ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି କେନ୍ଦ୍ର ସରକାର ପୂର୍ବଭଳି ମାଗଣା ଟିକା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ମେ’ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଲାଗି ଟିକାକରଣ ଆରମ୍ଭ ହେଉଥିବା ବେଳେ ଭୁବନେଶ୍ୱର ବିଜେପି ସାଂସଦ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଦାବି କରିଛନ୍ତି । ବିହାର, ଆସାମ ଓ ଉତ୍ତରପ୍ରଦେଶ ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଟିକା ଦେବେ ବୋଲି ଘୋଷଣା କରିଛନ୍ତି । ତେବେ, ଓଡ଼ିଶା କାହିଁକି ଘୋଷଣା କରିନି ? ନିଷ୍ପତ୍ତି ନେବାରେ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଟ୍ୱିଟ୍ କରି ମାଡ୍ୟାମ ସମସ୍ତଙ୍କୁ ମାଗଣା ଟିକା ପାଇଁ ଦାବି କରିଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଓଡ଼ିଶା ବିଜେପି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଟ୍ୟାଗ୍ କରିଛନ୍ତି । ଓଡ଼ିଶା ଘୋଷଣା କରୁ ବୋଲି ଚାହୁଁଥିଲେ ମଧ୍ୟ ସାଂସଦ ମୁଖ୍ୟମନ୍ତ୍ରୀ କିମ୍ବା ଓଡ଼ିଶା ସରକାରଙ୍କ କୌଣସି ବିଭାଗକୁ ଟ୍ୟାଗ କରିନାହାଁନ୍ତି ।

Leave A Reply

Your email address will not be published.