Latest Odisha News

BREAKING NEWS

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହା ହେବ ପ୍ରଧାନମନ୍ତ୍ରୀଙ୍କ ୮୩ତମ ମନ କି ବାତ୍ କାର୍ଯ୍ୟକ୍ରମ । ଏହା ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ନେଇ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି ।

ବର୍ତ୍ତମାନ ବିଶ୍ୱବ୍ୟାପୀ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଥିବାବେଳେ ଭାରତ ସରକାରଙ୍କ ପକ୍ଷରୁ ଏହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି । କରୋନାକୁ ମାତ ଦେବାକୁ ଦେଶରେ ସଫଳତାର ସହ ଟିକାକରଣ ଆଗେଇ ଚାଲିଛି । ଏଭଳି ପରିସ୍ଥିତିରେ କୋଭିଡ଼ ଟିକାକରଣରେ ସାମିଲ ହେବାକୁ ପରାମର୍ଶ ଦେଇପାରନ୍ତି । ଏହାସହ କରୋନାର ତୃତୀୟ ଲହର ପ୍ରତି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ପରାମର୍ଶ ଦେଇପାନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.