Latest Odisha News

BREAKING NEWS

ପୁରୀ କଣ୍ଟେନମେଣ୍ଟ ଜୋନରେ ଜୋରସୋର ଚାଲିଛି ସାନିଟାଇଜେସନ କାର୍ଯ୍ୟ

ପୁରୀ: ପୁରୀ ଜିଲ୍ଲାରସିଭିଲ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଗୋଟିଏ ଦିନ ପରେ ପୁରୀ ପ୍ରଶାସନ  ପକ୍ଷରୁ ଗୁରୁବାର ଦିନ  ସାନିଟାଇଜେସନ କାମ ଆରମ୍ଭ କରାଯାଇଛି ।

ଜିଲ୍ଲାପାଳଙ୍କ ଅଫିସ ସମେତ ଅନ୍ୟାନ୍ୟ ସରକାରୀ ଅଟ୍ଟାଳିକାକୁ ପରିଷ୍କାର କରିବା ପାଇଁ ଅଗ୍ନିଶମ ବିଭାଗ ରାସାୟନିକ ସ୍ପ୍ରେ କରିଛନ୍ତି । ଜିଲ୍ଲା ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ସଂଲଗ୍ନ ଅଞ୍ଚଳରେ ସ୍ପ୍ରେ କରୁଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, କୋର୍ଟର ଜଣେ କିରାଣୀ, ଓକିଲ ଏବଂ ତିନି ଅଭିଯୁକ୍ତ କରୋନା ସଂକ୍ରମିତ ହେବା ପରେ ଜିଲ୍ଲାପାଳ ବଲୱନ୍ତ ସିଂ ବୁଧବାର ଏକ ନୂତନ କଣ୍ଟେଣ୍ଟମେଣ୍ଟ  ଜୋନ୍ ଲାଗି ନିର୍ଦ୍ଦେଶ ଦେଇଥିଲେ ।

Comments are closed.