Latest Odisha News

BREAKING NEWS

ଶୌଚାଳୟରେ ବିତିଲା ପ୍ରବାସୀ ଶ୍ରମିକଙ୍କ ୭ ଦିନିଆ ହୋମ୍ କ୍ୱାରେଣ୍ଟାଇନ ସମୟ

ଜଗତସିଂହପୁର: ତାମିଲନାଡୁ ଫେରନ୍ତା ଜଣେ ପ୍ରବାସୀ ଯୁବକଙ୍କ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ ଗୁହାରି ପ୍ରତ୍ୟାଖ୍ୟାନ କରାଯିବା ପରେ ଜିଲ୍ଲାର ନୁଆଗାଓଁ ବ୍ଲକର ଜାମୁଗାଓଁ ଗ୍ରାମରେ ଥିବା ଶୌଚାଳୟରେ ସେ ସାତ ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।

ସୂଚନାନୁସାରେ, ମାନସ ପାତ୍ର (୨୮) ନାମକ ଜଣେ ବ୍ୟକ୍ତି ତାମିଲନାଡୁର ଏକ କମ୍ପାନୀରେ କାମ କରୁଥିଲେ। ସେ ଓଡ଼ିଶାକୁ ଫେରିବା ପରେ ସୁଦୁକାନ୍ତୀ ସ୍କୁଲର ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି) ରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିଥିଲେ । ଏହାର ୭ ଦିନ ପରେ ସେ ଡିସଚାର୍ଜ ହୋଇଥିଲେ।

ତେବେ ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ଘରେ ଉପଯୁକ୍ତ ଜାଗା ଅଭାବରୁ ସମ୍ପୃକ୍ତ ଯୁବକଙ୍କୁ ଗତ ଜୁନ୍ ୯ରୁ ୧୫ ତାରିଖ ଯାଏଁ ଶୌଚାଳୟରେ ରହିବାକୁ ପଡିଥିଲା ।

ଏନେଇ ଶ୍ରୀ ପାତ୍ର କହିଛନ୍ତି ଯେ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ସେ କୌଣସି ବିକଳ୍ପ ନ ପାଇ ଘର ନିକଟରେ ଥିବା ସ୍ୱଚ୍ଛ ଭାରତ ଶୌଚାଳୟରେ ରହିବାକୁ ବାଧ୍ୟ ହୋଇଥିଲେ । ଆହୁରି ମଧ୍ୟ ପରିବାର ବର୍ଗଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.