Latest Odisha News

୧୬ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ଆଉ ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହି ୧୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ହୋଇଛି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଏହି ୧୬ ଜଣ ଆକ୍ରାନ୍ତ ଭୁବନେଶ୍ୱର ବୋଲି ଜଣାପଡିଛି ।

ଆଜି ପୂର୍ବାହ୍ନରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସାରା ଦେଶରେ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବଢିଥିବା ବେଳେ ଓଡିଶାରେ ଗୋଟିଏ ଦିନରେ ୧୮ କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ଓ ଆତଙ୍କର କାରଣ ହୋଇଛି ।

Comments are closed.