ଭୁବନେଶ୍ବର: ଜୁନ ମାସରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିବ ବୋଲି ଓଡିଶା ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା କହିଛନ୍ତି।
ଚାହୁଁ ଚାହୁଁ ଓଡ଼ିଶାରେ କରୋନା ମାମଲା ୧୧ ଟପିଲାଣି । ତଥାପି ଏହା ଚିନ୍ତାର କାରଣ ନୁହେଁ । ବାହାର ରାଜ୍ୟରୁ ପ୍ରବସୀଙ୍କୁ ଅଣାଯିବା ରୁ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି । ମାତ୍ର ପରିସ୍ଥିତି ନିୟନ୍ତ୍ରଣରେ ଅଛି । କାରଣ ରାଜ୍ୟରୁ ଚିହ୍ନଟ ଅଧିକାଂଶ ମାମଲା କ୍ୱାରେଣ୍ଟାଇନ ସେଣ୍ଟର ଏବଂ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହେଉଛନ୍ତି । ଯାହା ତୃତୀୟ ପର୍ଯ୍ୟାୟ ସଙ୍କେତ ନୁହେଁ ।
ଆଗକୁ ମଧ୍ୟ ଆହୁରି ପ୍ରବାସୀ ଓଡିଶା ଆସୁଛନ୍ତି । ତେଣୁ ଏହି ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିବା ସ୍ୱଭାବୁକ ବୋଲି ସେ କହିଛନ୍ତି । ତେଣୁ ଜୁନ୍ ସୁଦ୍ଧା ରାଜ୍ୟରେ ପଜିଟିଭ ମାମଲା ୧୦,୦୦୦ ଅତିକ୍ରମ କରିବ ବୋଲି ମୁଖପାତ୍ର କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ରାଜ୍ୟରେ ସପ୍ତମ କରୋନା ମୃତ୍ୟୁ ନେଇ ଭୟଭୀତ ନହେବାକୁ । ଦେଶ ତୁଳନାରେ ରାଜ୍ୟରେ ଏହା ଅନେକ ଗୁଣରେ କମ୍ ରହିଛି ।
ଲୋକମାନଙ୍କୁ କରୋନା ସହ ବଞ୍ଚିବା ଶିଖିବାର ଅଛି । ତେଣୁ ସାମାଜିକ ଦୂରତା ବଜାଇ ରଖି ସାନିଟାଇଜର ଓ ମାସ୍କ ପରିଧାନ କରିବାକୁ ମୁଖପାତ୍ର ନିବେଦନ କରିଛନ୍ତି ।
Comments are closed.