Latest Odisha News

BREAKING NEWS

ରାଜ୍ୟରେ ୨ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାଭାଇରସ୍ ଓଡିଶାରେ ନେଇଛି ଆଉ ଏକ ଜୀବନ ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଟୁଇଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି । ୭୭ ବର୍ଷୀୟ ଏହି ମୃତ ବ୍ୟକ୍ତିଙ୍କ ଘର ଭୁବନେଶ୍ୱରର ମଧୁସୂଦନ ନାଗରରେ ବୋଲି କୁହାଯାଇଛି। ଆହୁରି ମଧ୍ୟ ଏହି ଟ୍ୱିଟରେ ଉଲ୍ଲେଖ ଅଛି ଯେ, ସେ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ରୋଗରେ ସେ ପୀଡିତ ଥିଲେ । ମଙ୍ଗଳବାର ଦିନ କିମ୍ସ କୋଭୋଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

ଏପ୍ରିଲ୍ ୬ ରେ ରାଜ୍ୟରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘରିଥିଲା ।

ଅନ୍ୟପଟେ, ଗଞ୍ଜାମରେ ଆଉ ଏକ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇ ଓଡିଶାରେ ପଆକ୍ରାନ୍ତଙ୍କ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.