Latest Odisha News

BREAKING NEWS

କରୋନା ସଂକ୍ରମଣରେ ଆଗରେ ଅଛନ୍ତି ବିଶ୍ୱର ଏହି ୫ ଟି ଦେଶ

ନୂଆଦିଲ୍ଲୀ: କରୋନା ପାଇଁ ଚିନ୍ତାରେ ସମଗ୍ର ବିଶ୍ୱ । ସବୁ ଦେଶର ଆଖିରୁ ନିଦ ହଜାଇ ଦେଲାନି ଚୀନରୁ ସୃଷ୍ଟ ଏହି ମାରାତ୍ମକ ଭୂତାଣୁ । ୧୯୦ ତୁ ଉର୍ଦ୍ଧ୍ବ ଦେଶ ଏହି ଭୁତାଣୁ ରେ କବଳିତ । ବିଶ୍ୱ ବ୍ୟାପି କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି । ତେବେ ସମସ୍ତ ଦେଶ ଗୁଡିକ ମଧ୍ୟରୁ କେଉଁ ୫ ଟି ଦେଶର ରହିଛି ସବୁଠୁ ଅଧିକ ମାମଲା, ଆସନ୍ତୁ ଜାଣିବା…

ଆମେରିକା: ଆମେରିକାରେ କରୋନା ପ୍ରଭାବରେ ଏପର୍ଯ୍ୟନ୍ତ ୧ ଲକ୍ଷ ୨୩ ହଜାର ୪୨୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାର ୨୧୧ ଜଣଙ୍କ ମୃତ୍ୟୁ ହୋଇଛି ।

ଇଟାଲୀ: କରୋନାରେ ଇଟାଲୀର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ୧୦ ହଜାର ୨୩ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ହଜାର ୪୨୭ରେ ପହଞ୍ଚିଛି ।

ଚୀନ: କରୋନାର ଜନ୍ମସ୍ଥଳୀ ଚୀନରେ ଚୀନରେ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୦ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୩୯ ଛୁଇଁଛି ।

ସ୍ପେନ: ସେହିପରି ସ୍ପେନରେ ମଧ୍ୟ କରୋନା ଭାଇରସ ଉଗ୍ର ରୂପ ନେଉଛି । ବର୍ତ୍ତମାନ ସୁଦ୍ଧା ସେଠାରେ ୭୩ ହଜାର ୨୩୫ ଜଣ ସଂକ୍ରମିତ ଥିବା ବେଳେ ୫ ହଜାର ୯୮୨ ଜଣ ସଂକ୍ରମିତ ଅଛନ୍ତି ।

ଫ୍ରାନ୍ସ: ଏହି ମହାମାରୀ ଫ୍ରାନ୍ସରେ ୩୭ହଜାର ୫୭୫ ଜଣଙ୍କୁ ଆକ୍ରାନ୍ତ କରି ଥିବା ବେଳେ ଏପର୍ଯ୍ୟନ୍ତ ୨ ହଜାର ୩୧୪ଙ୍କ ମୁଣ୍ଡ ନେଇଛି ।

Leave A Reply

Your email address will not be published.