Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୯-୩-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୨୯ ରିଖ ରବିବାର ମୀନ ୧୬ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର

ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର- : ବିଛା ରାଶି ପୁରୁଷଙ୍କର
ଆଜି: ବେଲ ଖାଇବା ନିଷେଧ

ମେଷ: ଦେହ ମନ ଅସୁସ୍ଥ ରହିବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ବ୍ଯବସାୟରେ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି ।ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ନାହିଁ ।
ବୃଷ : ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ । ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ । କର୍ମ କ୍ଷେତ୍ରରେ ମାନ ସମ୍ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବନ୍ଧୁ ଦର୍ଶନର ଯୋଗ ରହିଛି ।
ମିଥୁନ : କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ନାହିଁ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ । ଶାରୀରିକ ପୀଡା ଅନୁଭବ କରିବେ ବିଦ୍ଯାର୍ଥୀମାନେ ଅକୃତ କାର୍ଯ୍ୟ ହେବେ ।

କର୍କଟ : ଆଜି ଦିନଟି ସମସ୍ତ ଦିଗରୁ ଶୁଭ ଫଳ ଦେବ ।ଧନ ମାନ ସମ୍ମାନ ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଶରୀର ସୁସ୍ଥ ରହିବ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।ଛାତ୍ରଛାତ୍ରୀମାନେ ଅଧ୍ଯୟନରେ ଉନ୍ନତି କରିବେ ।

ସିଂହ: ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।କର୍ମ କ୍ଷେତ୍ରରେ ବାଦ ବିବାଦର ସମ୍ମୁଖୀନ ହେବେ ।ସାମାଜିକ ରାଜନୈତିକ ସମ୍ମାନ କ୍ଷୁର୍ଣ୍ଣ ହେବ ।

କନ୍ୟା: ମନ ପ୍ରଫୁଲ୍ଲ ଓ ଶରୀର ସୁସ୍ଥ ରହିବ କର୍ମ କ୍ଷେତ୍ରରେ ନୂତନ ଦାୟିତ୍ଵ ଗ୍ରହଣ କରିବେ ।ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ । ସାଂସାରିକ ଜୀବନ
ସୁଖମୟ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।

ତୁଳା : ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ନିର୍ମାଣଧୀନନ ର୍କାର୍ଯ୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅଗ୍ରଗତି କରିବେ ।

ବିଛା: ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ମିଥ୍ଯା ଅଭିଯୋଗରେ ଦଣ୍ଡିତ ହୋଇପାରନ୍ତି ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।

ଧନୁ: କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ପାରିବାରିକ
ସମସ୍ଯାକୁ ନେଇ ଚିନ୍ତିତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ନିର୍ମାଣଧୀନନ କାର୍ଯ୍ୟରେ ବାଧା ଦେଖା ଦେବ ।

ମକର: ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟିବ ।ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ବ୍ଯବସାୟ ବାଣିଜ୍ୟରେ ଉନ୍ନତି କରିବେ ।ନୂତନ ଗୃହ ବା ଭୂମି ଲାଭ କରିବେ ।ସୁ ସ୍ବାଦୁ ଭୋଜନ ମିଳିବ ।
କୁମ୍ଭ: ସାଂସାରିକ ଜୀବନ ସୁଖମୟ ହେବ। ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।ମହିଳାମାନେ ନିଜ ପରିବାରରେ ଆଦରଣିଯ ହେବେ ।

ମୀନ: ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ବ୍ଯବସାୟରେ ଆଯ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Leave A Reply

Your email address will not be published.