Latest Odisha News

BREAKING NEWS

ଗ୍ରାସୁଛି କରୋନା: ଭାରତରେ ୨୫ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବେଳକୁ ବେଳ ଭୟଙ୍କର ହେଉଛି କରୋନା ସ୍ଥିତି । ଅନ୍ୟ ସଂକ୍ରମିତ ଦେଶ ଗୁଡିକ ଭଳି ଭାରତରେ ମଧ୍ୟ ଏହା ସଂଖ୍ୟା ବିସ୍ତାର କରିବାରେ ଲାଗିଲାଣି ।

୨ ଦିନ ତଳେ କରୋନା ପ୍ରଭାବରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ରୁ ୬୦୦ ମଧ୍ୟରେ ଥିବା ବେଳେ ମୃତ୍ୟୁ ସଂଖ୍ୟ ୧୫ ମଧ୍ୟରେ ରହିଥିଲା । ମାତ୍ର ଦେଖୁଦେଖୁ ୨ ଦିନରେ ଏହା ନିଆଁ ପରି ମାଡି ଗଲାଣି ।


ସଦ୍ୟତମ ସରକାରୀ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୯୭୯ ଲୋକ ସଂକ୍ରମିତ ହୋଇଛନ୍ତି । ସେଥିରୁ ୨୫ ଲୋକଙ୍କର ପ୍ରାଣ ଯାଇଥିବା ବେଳେ ୮୬ ଜଣ ଭଲ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ୧୯୩ ଜଣ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ୬ ରେ ପହଞ୍ଚିଛି ।

ସମ୍ଭାବ୍ୟ କରୋନା ଭୂତାଣୁର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ନିମନ୍ତେ କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାରତକୁ ଲକଡାଉନ ଘୋଷଣା କରିଛନ୍ତି।

Leave A Reply

Your email address will not be published.