Latest Odisha News

ଆମ ଆଦମୀ ପାର୍ଟି ବିଧାୟକଙ୍କ ଉପରେ କେସ୍

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ବିଧାୟକ ତଥା ପ୍ରବକ୍ତା ରାଘବ ଚଢ଼ାଙ୍କ ଉପରେ ଓକିଲ ପ୍ରଶାନ୍ତ ଉମରାଓ ପଟେଲ କେସ୍ କରିଛନ୍ତି । ଲକଡାଉନ ସମୟରେ ରାଜେନ୍ଦ୍ର ନଗରର ବିଧାୟକ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଅପପ୍ରଚାର କରିଥିବା ଅଭିଯୋଗ ଆସିଛି ।

ସେ ଟୁଇଟ କରିଥିଲେ, ଦିଲ୍ଲୀରୁ ପଳାୟନ କରୁଥିବା ଗରିବ ଲୋକଙ୍କୁ ଯୋଗୀ ଆଦିତ୍ୟନାଥ ଗୋଡାଇ ଗୋଡାଇ ବାଡଉଛନ୍ତି । ତୁମେ କାହିଁକି ଦିଲ୍ଲୀ ଯାଇଥିଲ । ଯଦି ଯାଇଥିଲ ଏବେ କାହିଁକି ଫେରୁଛ । ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଘଟଣା ହୋଇଥିବାରୁ ପ୍ରଶାନ୍ତ ଏହି କେସ୍ ରୁଜୁ କରିଛନ୍ତି । ରାଘବ ଏବେ ଏହି ବିବାଦୀୟ ଟୁଇଟକୁ ଡିଲିଟ କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ଅନେକ ମାତ୍ରାରେ ଶ୍ରମିକ, ଦିନ ମଜୁରିଆ ଦିଲ୍ଲୀ ଛାଡି ବିହାର ଏବଂ ଉତରପ୍ରଦେଶ ପଳାୟନ କରିବା ପାଇଁ ଉଦ୍ୟମ କରିବାରୁ ଆନନ୍ଦ ବିହାର ନିକଟରେ ଏକକାଳୀନ ଅନେକ ଲୋକ ଏକତ୍ର ହେବାରୁ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ପାଇଁ ଚିନ୍ତାର କାରଣ ସାଜିଛି ।

Leave A Reply

Your email address will not be published.