Latest Odisha News

BREAKING NEWS

ମହାରାଷ୍ଟ୍ରରେ ଭୟ ବଢ଼ାଉଛି ଡେଲ୍ଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଭୟ ବଢ଼ାଇଲାଣି ଡେଲ୍ଟା ପ୍ଲସ ଭାରିଆଣ୍ଟ । ସାରା ଦେଶରୁ ଏବେ ସୁଦ୍ଧା ଚିହ୍ନଟ ହେଲେଣି ୫୧ ଜଣ ଡେଲ୍ଟା ପ୍ଲସ ଭାରିଆଣ୍ଟ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୨୨ ଜଣ ସଂକ୍ରମିତ । ଏଭଳିସ୍ଥିତିରେ ରତ୍ନାଗିରିରୁ ଜଣେ ୮୦ ବର୍ଷାୟା ବୃଦ୍ଧାଙ୍କ ମୃତ୍ୟୁ ହେବା ଏବେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି ।

ମହାରାଷ୍ଟ୍ର ସରକାର କୋଭିଡ୍ ମୁକାବିଲା କରିବା ପାଇଁ ଅନଲକ୍ -୩ କଟକଣାକୁ ଜୋରଦାର କରିଛନ୍ତି । ଫଳରେ ରାଜ୍ୟବାସୀ କରୋନା କଟକଣା ମାନିବାକୁ ଅପିଲ୍ କରିଛନ୍ତି ମହାରାଷ୍ଟ୍ର ସରକାର । ଏଣିକି ଅପରାହ୍ନ ୪ଟା ସୁଦ୍ଧା ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବଢୁଥିବା ଡେଲ୍ଟା ପ୍ଲସ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । ଏଭିସ୍ଥିତିରେ ମହାରାଷ୍ଟ୍ର ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । କୋଭିଡର ଦ୍ବିତୀୟ ଲହରରେ ଅଧିକ ପ୍ରଭାବିତ ହୋଇଥିଲା ମହାରାଷ୍ଟ୍ର । ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିଥିଲା ।

Leave A Reply

Your email address will not be published.