Latest Odisha News

ଦରମା ନମିଳିବାରୁ ଏନଏମଆର କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ । ଦରମା ନିମିଳିବା ଅଭିଯୋଗରେ ଏପରି ଘଟଣା ଘଟିଛି । ବାସୁଦେବପୁର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଏନଏମଆର ଦିବାକର ଦାସ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ ଠିକ ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରିଛନ୍ତି ।

ଜଳସମ୍ପଦ ବିଭାଗର ବାଲେଶ୍ବର ନିର୍ବାହୀ ଯନ୍ତ୍ରୀ ସାଇଟରେ କାମ ଦେଖିବାକୁ ବାସୁଦେବପୁର କାର୍ଯ୍ୟାଳୟକୁ ଯାଇଥିଲେ । ସାଇଟ୍ କାମ ସମ୍ପର୍କରେ ଅଲୋଚନା କରୁଥିବା ବେଳେ ବାହାରେ କୋଳାହଳ ଶୁଭିଥିଲା । ପୋଲିସ ଓ ଦିବାକରଙ୍କ ମଧ୍ୟରେ ଧସ୍ତାଧସ୍ତି ପରେ ପୋଲିସ କାବୁ କରିଥିଲା । ଏନଏମଆର ଦିବାକର ଦାସ ପାଞ୍ଚ ବର୍ଷ ହେଲା ଦରମା ପାଇନଥିବା ନେଇ ଅଭିଯୋଗ କରି ଆସୁଥିଲେ । ବହୁ ଆଗରୁ ଆମରଣ ଅନଶନ କରି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରତିଶ୍ରୁତି ପାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ତାଙ୍କର ଦରମା ଦିଆଯାଇ ନାହିଁ । ଫଳରେ ବାଧ୍ୟ ହେଇ ଆଜି ବାସୁଦେବପୁର ଜଳସେଚନ ବିଭାଗ କାର୍ଯ୍ୟାଳୟ ଆଗରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଦିବାକର । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦିବାକରଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚରା କରୁଛି ।

Leave A Reply

Your email address will not be published.