Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ କଟକରେ ଚେକିଂ ଜୋରଦାର୍ କଲା କମିଶନରେଟ୍ ପୋଲିସ

କଟକ: ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ପୋଲିସ ଡିଜି ସ୍ଥିତି ପରଖିବା ପରେ କୋଭିଡ ଯାଞ୍ଚ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ସନ୍ଧ୍ୟା କଟକରେ ବିଭିନ୍ନ ଅଂଚଳ ତଥା ଜନଗହଳିପୂର୍ଣ୍ଣ ସ୍ଥାନରେ ଚେକିଂ ଜୋରଦାର କରିଛି । ଯେଉଁ ଦୋକାନ କୋଭିଡ ନିୟମ ମାନୁନାହାନ୍ତି ତାହାକୁ ସିଲ୍ କରାଯାଇଥିଲା । ଯେଉଁଠି ସାମାଜିକ ଦୂରତା ନିୟମର ଉଲ୍ଲଂଘନ ହେଉଛି ତଥା କେହି ମାସ୍କ ପିନ୍ଧୁ ନ ଥିବା ଦେଖାଯାଇଥିଲା ତୁରନ୍ତ ସେହିଠାରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କମିଶନରେଟ୍ ପୋଲିସ ।

Leave A Reply

Your email address will not be published.