Latest Odisha News

କରୋନା ମୁକାବିଲା: ଆଜିଠୁ ବନ୍ଦ ବସ୍ ସେବା

ଭୁବନେଶ୍ୱର : ମାରାତ୍ମକ କରୋନା ଭାଇରସ ସହ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନାଭାଇରସ୍‌ ବିରୋଧରେ ସାମାଜିକ ଦୂରତା ଓ ସଙ୍ଗରୋଧକୁ ଅବଲମ୍ବନ କରିବା ପାଇଁ ମଙ୍ଗଳବାର (ଆଜିଠାରୁ) ରାଜ୍ୟ ମଧ୍ୟରେ ସମସ୍ତ ବସ୍ ଚଳାଚଳକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଏନେଇ ଓଡିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସୋମବାର ଦିନ ଘୋଷଣା କରିଛନ୍ତି । ଆଜି ଦିନ ୧୧ଟାରୁ ରାଜ୍ୟର ସାଧାରଣ ବସ୍ ସେବା ବନ୍ଦ ରହିବ । ଅନ୍ୟପଟେ ସହରାଂଚଳରେ ଚାଲୁଥିବା ସିଟିବସ୍ ସେବା ମଧ୍ୟ ଆଜି ମଧ୍ୟରାତ୍ରୀରୁ ବନ୍ଦ ରହିବ ।

Leave A Reply

Your email address will not be published.