Latest Odisha News

BREAKING NEWS

ହୋମ କ୍ୱାରେଣ୍ଟାଇନ ଉଲ୍ଲଂଘନ ପାଇଁ ବ୍ରହ୍ମପୁରରେ ଜଣଙ୍କ ନାଁରେ ମାମଲା ରୁଜୁ

ବ୍ରହ୍ମପୁର: ନିକଟରେ ଦୋହାରୁ ଫେରିଥିବା ଜଣେ ବ୍ୟକ୍ତି ହୋମକ୍ୱାରେଣ୍ଟାଇନରେ ଥାଇ ମଧ୍ୟ ଏଥିରେ ଖିଲାପ କରିଥିବା ଅଭିଯୋଗ ଆସିଛି । ପାତ୍ରପୁର ତହସିଲଦାରଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ଜରଦା ପୋଲିସ ଥାନାରେ ମାମଲା ରୁଜୁ ହୋଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସରକାରୀ ସଙ୍ଗନିରୋଧ କେନ୍ଦ୍ରକୁ ଆଣଇବାର ବ୍ୟବସ୍ଥା କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମଣ ଭୟରେ ସରକାରଙ୍କ ପକ୍ଷରୁ ହୋମ କ୍ୱାରେଣ୍ଟାଇନରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଘରେ ଅଲଗା ରହିବା ପାଇଁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.