ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାର ଚେର ଲମ୍ବାଇବାରେ ଲାଗିଛି । ଭାରତରେ ମଧ୍ୟ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାରି ଭିତରେ ଦୁଇ ସପ୍ତାହ ପୂର୍ବେ ଦିଲ୍ଲୀ ନିଜାମୁଦ୍ଦିନର ତବଲିଗ ଜାମାତା ମରକଜରେ ଆୟୋଜିତ ହୋଇଥିବା ଧାର୍ମିକ ସମାରୋହ ଖବର ସାମ୍ନାକୁ ଆସିଛି ।
ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣଙ୍କ କରୋନା ରିପୋର୍ଟ ଟେଷ୍ଟ ପଜିଟିଭ ଆସିଛି । ଯାହା ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସମାରୋହରେ ଯୋଗଦେବା ପାଇଁ କେବଳ ଦିଲ୍ଲୀ କିମ୍ବା ଆଖପାଖ ଅଞ୍ଚଳ ନୁହେଁ ଦେଶର ଅନ୍ୟ ରାଜ୍ୟ ଓ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲା । ଏପରିକି ଓଡିଶାରୁ ମଧ୍ୟ ୧୫ ଜଣ ଶ୍ରଦ୍ଧାଳୁ ଏହି ସମାରୋହରେ ଯୋଗଦେଇଥିବା ଜଣାପଡିଛି ।
ସୂଚନା ଅନୁସାରେ ୧୯ଟି ରାଜ୍ୟରୁ ଏଥିରେ ପ୍ରାୟ ୧୮୩୦ ଲୋକ ଯୋଗ ଦେଇଥିଲେ । ସେହିପରି ୨୮୧ ବିଦେଶୀ ନାଗରିକ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୧ଜଣ ଆଣ୍ଡାମାନ, ଆସାମର ୨୧୬, ବିହାରର ୮୬, ହରିୟାଣାର ୨୨, ହିମାଚଳରୁ ୧୫, ହାଇଦ୍ରାବାଦରୁ ୫୫, କର୍ଣ୍ଣାଟକର ୪୫, ମହାରାଷ୍ଟ୍ରର ୧୧୫, ମେଘାଳୟର ୧୫ ଜଣ ଥିଲେ ।
ଏଥିସହ ମଧ୍ୟପ୍ରଦେଶରୁ ୧୦୭, ଓଡ଼ିଶାରୁ ୧୫, ପଂଜାବରୁ ୯, ରାଜସ୍ଥାନରୁ ୧୯, ଝାଡଖଣ୍ଡରୁ ୪୬, ତାମିଲନାଡୁ ୫୦୧, ଉତ୍ତଉତ୍ତରପ୍ରଦେଶରୁ ୧୫୬ ଏବଂ ପଶ୍ଚିବବଙ୍ଗରୁ ୭୩ ଜଣ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ଶହ ଜଣଙ୍କୁ କ୍ୱାରେଣ୍ଟାଇ ଏବଂ ୩୩୪ ଜଣଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଛି । ଅବଶିଷ୍ଟ ଲୋକ ଏବଂ ସେମାନଙ୍କ ଯୋଗଯୋଗରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି ।
BREAKING NEWS
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ

Comments are closed.