ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାର ଚେର ଲମ୍ବାଇବାରେ ଲାଗିଛି । ଭାରତରେ ମଧ୍ୟ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାରି ଭିତରେ ଦୁଇ ସପ୍ତାହ ପୂର୍ବେ ଦିଲ୍ଲୀ ନିଜାମୁଦ୍ଦିନର ତବଲିଗ ଜାମାତା ମରକଜରେ ଆୟୋଜିତ ହୋଇଥିବା ଧାର୍ମିକ ସମାରୋହ ଖବର ସାମ୍ନାକୁ ଆସିଛି ।
ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣଙ୍କ କରୋନା ରିପୋର୍ଟ ଟେଷ୍ଟ ପଜିଟିଭ ଆସିଛି । ଯାହା ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସମାରୋହରେ ଯୋଗଦେବା ପାଇଁ କେବଳ ଦିଲ୍ଲୀ କିମ୍ବା ଆଖପାଖ ଅଞ୍ଚଳ ନୁହେଁ ଦେଶର ଅନ୍ୟ ରାଜ୍ୟ ଓ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲା । ଏପରିକି ଓଡିଶାରୁ ମଧ୍ୟ ୧୫ ଜଣ ଶ୍ରଦ୍ଧାଳୁ ଏହି ସମାରୋହରେ ଯୋଗଦେଇଥିବା ଜଣାପଡିଛି ।
ସୂଚନା ଅନୁସାରେ ୧୯ଟି ରାଜ୍ୟରୁ ଏଥିରେ ପ୍ରାୟ ୧୮୩୦ ଲୋକ ଯୋଗ ଦେଇଥିଲେ । ସେହିପରି ୨୮୧ ବିଦେଶୀ ନାଗରିକ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୧ଜଣ ଆଣ୍ଡାମାନ, ଆସାମର ୨୧୬, ବିହାରର ୮୬, ହରିୟାଣାର ୨୨, ହିମାଚଳରୁ ୧୫, ହାଇଦ୍ରାବାଦରୁ ୫୫, କର୍ଣ୍ଣାଟକର ୪୫, ମହାରାଷ୍ଟ୍ରର ୧୧୫, ମେଘାଳୟର ୧୫ ଜଣ ଥିଲେ ।
ଏଥିସହ ମଧ୍ୟପ୍ରଦେଶରୁ ୧୦୭, ଓଡ଼ିଶାରୁ ୧୫, ପଂଜାବରୁ ୯, ରାଜସ୍ଥାନରୁ ୧୯, ଝାଡଖଣ୍ଡରୁ ୪୬, ତାମିଲନାଡୁ ୫୦୧, ଉତ୍ତଉତ୍ତରପ୍ରଦେଶରୁ ୧୫୬ ଏବଂ ପଶ୍ଚିବବଙ୍ଗରୁ ୭୩ ଜଣ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ଶହ ଜଣଙ୍କୁ କ୍ୱାରେଣ୍ଟାଇ ଏବଂ ୩୩୪ ଜଣଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଛି । ଅବଶିଷ୍ଟ ଲୋକ ଏବଂ ସେମାନଙ୍କ ଯୋଗଯୋଗରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି ।
BREAKING NEWS
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- କୋଲକାତା ଟ୍ରେଜେଡି: ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ରିମାଣ୍ଡରେ ୭ ଅଭିଯୁକ୍ତ
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ

Comments are closed.