Latest Odisha News

BREAKING NEWS

ଭାରତରେ ବଢୁଛି କରୋନା ମାମଲା: ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୪୭୮୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୧୨୪ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଗତ ୨୪ ଘଣ୍ଟାରେ ଭାରତରେ ୫୦୮ ଜଣ ବ୍ୟକ୍ତି ନୂଆକରି ସଂକ୍ରମିତ ହୋଇଥିବା ରିପୋର୍ଟରେ ପ୍ରକାଶ ।

ଭାରତର ମହାରାଷ୍ଟ୍ର ରାଜ୍ୟ କରୋନାରେ ସର୍ବାଧିକ । ସଦ୍ୟତମ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଥିବା ବେଲେ ମୃତ୍ୟୁ ସଂଖ୍ୟା ୪୮ ଛୁଇଁଛି ।

ଏହି ଭାଇରସର ଵିସ୍ତାରକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ସାରାଦେଶକୁ ଲକଡାଉନ କରି ଦେଇଛନ୍ତି ।

Leave A Reply

Your email address will not be published.