Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା୮-୪-୨୦୨୦ ବୁଧବାର

ଆଜି ଦିନର ମହତ୍ତ୍ୱ

ଆଜିର ରାଶି ଫଳ
ତା୮-୪-୨୦୨୦ ବୁଧବାର

ଆଜି ହେଉଛି ୨୦୨୦ ମସିହା ଅପ୍ରେଲ ତା ୮ ରିଖ ବୁଧବାର ମୀନ ୨୬ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର-: କର୍କଟ ରାଶିର
ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
ଆଜିର ବିଶେଷ ମହତ୍ତ୍ୱ-: ଆଜି ଚୈତ୍ର ପୂର୍ଣ୍ଣିମା,ବୈଶାଖ ବ୍ରତ ଆରମ୍ଭ
ଆଜି: ମତ୍ସ୍ଯ ଓ ମାଂସ ଖାଇବା ନିଷେଧ

ମେଷ
ଆଜି ପ୍ରତ୍ଯେକଟି କାର୍ଯ୍ୟରେ ସଫଳତା ମିଳିବ।ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ । ସଭାସମିତି, ରାଜନୀତି, କଳା, ସାହିତ୍ୟ, କ୍ଷେତ୍ରରେ ସୁଫଳତା ମିଳିବ ।

ବୃଷ
ଆଜି ଆପଣଙ୍କର ମନୋବଳ ବୃଦ୍ଧି ପାଇବ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ କଳା, ସାହିତ୍ୟ,ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ

ମିଥୁନ
ଆଜି ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ମନାନ୍ତର ମତାନ୍ତର ଦେଖାଦେବ ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।

କର୍କଟ
ଆଜି ଯଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି
ଅସୁବିଧାରେ ପକାଇଦେଇପାରେ । ଯେଉଁ କାର୍ଯ୍ଯ ପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ହୋଇଯିବ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ଆନନ୍ଦିତ ହେବେ

ସିଂହ
ମାନସିକ ଶାନ୍ତି ବ୍ୟାହତ ହେବ । ସ୍ବାସ୍ଥ୍ୟ ଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ଆକସ୍ମିକ ଦୂରଯାତ୍ରା କରିପାରନ୍ତି।

କନ୍ୟା
ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହେବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ
ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।

ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ
କରି କାମ ହାସଲ କରିବେ । ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ । ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ ।

ବିଛା
ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ । କଳା ସାହିତ୍ୟରେ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

ଧନୁ
ନିଜ ଲୋକମାନେ ବିରୁଦ୍ଧାଚାର କରିବେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ । ଇଚ୍ଚା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରି ପାରିବେ ନାହିଁ ।

ମକର
ଭୁଲ୍‌ବୁଝାମଣା ଜନିତ ହଠାତ୍‌ ବନ୍ଧୁଙ୍କ ସହ ମନୋମାଳିନ ହୋଇ ପାରେ। ଆଶାନୁଯାୟୀ ସାହାଯ୍ୟ ସହଯୋଗ ପାଇବେ । ଆଜି ଅପରାହ୍ନରେ କୌଣସି ଶୁଭ ଖବର ପାଇ ଆନନ୍ଦିଆନନ୍ଦିତ ହେବେ ।

କୁମ୍ଭ
ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ବିବ୍ରତ ହେବେ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।

ମୀନ
ଭାବପ୍ର୍ରବଣତାରେ କାର୍ଯ୍ୟ କରନ୍ତୁ ନାହିଁ ।
କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଅଜଣାବ୍ୟକ୍ତି ମିତ୍ରଭାବପୋଷଣ କରିପାରନ୍ତି।

ଜ୍ଯୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର, ମୋବାଇଲନମ୍ବର: 9437225434

Leave A Reply

Your email address will not be published.