ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ସାରା ବିଶ୍ୱରେ ହାହାକାର। କରୋନା ପ୍ରଭାବରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୭୦ ହଜାର ଛୁଇଁଲାଣି ଭାରତରେ ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୮୩ ଜଣଙ୍କ ପ୍ରାଣ ଗଲାଣି ।
ତେବେ ଖାଲି ସଂକ୍ରମିତ ନୁହେଁ ବରଂ ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯାହା ଅନ୍ତତ ପକ୍ଷେ ଏକ ଖୁସି ଓ ଆଶ୍ବସ୍ଥିର ଖବର ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଏହି ମହାମାରୀରେ ଭାରତରେ ପ୍ରାୟ ୩୫୭୭ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୭୫ ଜଣ ଚିକିତ୍ସିତ ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି ।
ବିଶ୍ୱ ସ୍ତରରେ ଏହି ସଂଖ୍ୟା ଅଢେଇ ଲକ୍ଷରୁ ଅଧିକ ଅଟେ ।
ଏହି ଭାଇରସର ଵିସ୍ତାରକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ସାରାଦେଶକୁ ଲକଡାଉନ କରି ଦେଇଛନ୍ତି ।
Comments are closed.