Latest Odisha News

BREAKING NEWS

କୋଭିଡ ୧୯: ଭାରତରେ ୯୦% ଛୁଇଁଲା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଭାରତରେ କରୋନା ଆରୋଗ୍ୟ ହାର ରବିବାର ଦିନ ୯୦% ଛୁଇଁଛି। ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୬୨,୦୭୭ ଲୋକ ଏହି ରୋଗରୁ ମୁକ୍ତି ପାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହା ବ୍ୟତୀତ ରାତାରାତି ୫୦,୧୨୯ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ କ୍ରମାଗତ ୭ ଦିନ ହେବ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭୮ କୋଭିଡ ରୋଗୀଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଅକ୍ଟୋବର ୨ ଠାରୁ ମୃତ୍ୟୁ ସଂଖ୍ୟା ୧୧୦୦ ରୁ କ୍ରମାଗତ ଖସି ଖସି ତଳକୁ ଆସୁଛି।

ଏହାସହ ସକ୍ରିୟ କୋଭିଡ ମାମଲା ଏକ ସପ୍ତାହ ହେବ ୭ ଲକ୍ଷ ମଧ୍ୟରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.