Latest Odisha News

BREAKING NEWS

ବାହାର ରାଜ୍ୟରେ ଫସିରହିଥିବା ଓଡ଼ିଆଙ୍କ ସହାୟତା ଲାଗି ଓଡ଼ିଆ ସମାଜକୁ ନବୀନଙ୍କ ନିବେଦନ

ଭୁବନେଶ୍ୱର: କରୋନାଭାଇରସର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଜାରିଥିବା ବେଳେ ପଡୋଶୀ ରାଜ୍ୟରେ ଫସି ରହିଥିବା ଭାଇଭଉଣୀମାନଙ୍କୁ ସାହାର୍ଯ୍ୟ କରିବା ଲାଗି ଓଡିଆ ସମାଜକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଆ ସମାଜକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସିଥିବା ଓଡିଆମାନେ ଓଡ଼ିଶାକୁ ଫେରିପାରୁନାହାଁନ୍ତି । ସେମାନଙ୍କୁ ଔଷଧ ଏବଂ ଖାଦ୍ୟ ଯୋଗାଇ ଦିଅନ୍ତୁ ଏବଂ ଖର୍ଚ୍ଚ ବାବଦକୁ ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (ସିଏମଆରଏଫ) ତରଫରୁ ଯୋଗାଇ ଦିଆଯିବ ।

ସେହିପରି ଓଡିଆ ସମାଜ ବ୍ୟତିତ ମୁଖ୍ୟମନ୍ତ୍ରୀ ନବୀନ ଅନ୍ୟ ରାଜ୍ୟରେ ଥିବା ପ୍ରତିପକ୍ଷଙ୍କୁ ମଧ୍ୟ ସମାନ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.