Latest Odisha News

BREAKING NEWS

ଦାଦନ ଶ୍ରମିକଙ୍କ ସହାୟତା ପାଇଁ ଅଣ୍ଟା ଭିଡିଲେ ଡାକ୍ତର; ସାନିଟାଇଜର, ମାସ୍କ ଧରି ୨୫୦ କିମି କଲେ ଯାତ୍ରା

କୋଲକାତା: ସାରା ଦେଶରେ ଏବେ ଲକଡାଉନ ଚାଲିଛି । ଦେଶରେ ୨୧ ଦିନିଆ ଲକଡାଉନ ପୂର୍ବରୁ ବାହାର ରାଜ୍ୟରୁ ଚାଲି ଚାଲି ଫେରୁଥିବା ଶ୍ରମିକଙ୍କ ସାହାଯ୍ୟ ପାଇଁଁ ପଶ୍ଚିମବଙ୍ଗର ୨ଜଣ ଡାକ୍ତର ଶହ ଶହ କିମି ଯାତ୍ରା କରିଛନ୍ତି ।

କୋଲକାତାର ଡାକ୍ତର ମସୁଦା ଖାତୁନ ଓ ଅବଦୁଲ ଅଜିଜ ରାଜ୍ୟ ରାଜଧାନୀ ଠାରୁ ୨୫୦ କିମି ଦୂରରେ ଥିବା ମୁର୍ସିଦାବାଦ ଜିଲ୍ଲାର ଶ୍ରମିକ ମାନଙ୍କୁ ମାସ୍କ, ସାନିଟାଇଜର ଓ ଖାଦ୍ୟ ବାଣ୍ଟିଛନ୍ତି ।

ଡାକ୍ତର ଖାତୁନ ଓ ଅଜିଜ ଶୁକ୍ରବାର ଦିନ ମୁର୍ସିଦାବାଦ ଜିଲ୍ଲାର ଲାଲଗୋଲା ସାମ୍ପ୍ରଦାୟିକ ବ୍ଲକ ପରିଦର୍ଶନ କରିଛନ୍ତି । ଯେଉଁଠି ବିଭିନ୍ନ ରାଜ୍ୟର କୌଶଳ ଓ ଅଣ-କୌଶଳ ଶ୍ରମିକ କାମ କରନ୍ତି ଏବଂ ଏହା ରାଜ୍ୟର ସବୁଠାରୁ ପଛୁଆ ଅଞ୍ଚଳ ।

ଡାକ୍ତର ଅଜିଜ କହିଛନ୍ତି, “ବିନା ମଜୁରୀ ଓ ଖାଦ୍ୟରେ ଦୂରରୁ ଚାଲି ଚାଲି ଆସିଛନ୍ତି ଏବଂ ତାଙ୍କ ପାଖରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ମଧ୍ୟ କିଣିବାକୁ ସମ୍ବଳ ନାହିଁ । ଭାଇରସ ଦ୍ରୁତ ଗତିରେ ବ୍ୟାପିବାକୁ ନେଇ ଆମେ ସଚେତନ ଅଛୁ । କିନ୍ତୁ ଏହି ଗରୀବ ଶ୍ରମିକଙ୍କ ପାଖରେ ସାନିଟାଇଜର ଓ ମାସ୍କ କିଣିବାକୁ ଟଙ୍କା ନାହିଁ । ଏହା ବ୍ୟତୀତ କରୋନା ଆତଙ୍କ ପାଇଁ ମାର୍କେଟରେ ମାସ୍କ ଓ ସାନିଟାଇଜର ମହଜୁଦ ନାହିଁ ।”

ସେ ଆହୁରି କହିଛନ୍ତି, “ଆମେ ୧୦ହଜାର ଲୋକଙ୍କ ପାଇଁ ମାସ୍କ, ସାନିଟାଇଜର ଓ ଖାଦ୍ୟର ବ୍ୟବସ୍ଥା କରିଛୁ । ଶୁକ୍ରବାର ଦିନଠାରୁ ବିତରଣ ଆରମ୍ଭ ହୋଇଛି । ଏହାକୁ ଆମେ ୪ ଦିନରେ ସମ୍ପୂର୍ଣ୍ଣ କରିବାକୁ ଯୋଜନା ରଖିଛୁ ।”

Leave A Reply

Your email address will not be published.