Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ଓଜେଇଇ ଅନଲାଇନ ଆବେଦନର ଶେଷ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର: କୋଭିଡ-୧୯ ଲକଡାଉନକୁ ଦୃଷ୍ଟିରେ ରଖି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୦୨୦ ପାଇଁ ଅନଲାଇନରେ ଆବେଦନ ଓ ଶୁଳ୍କ ପୈଠ କରିବାର ଅନ୍ତିମ ତାରିଖକୁ ପୁନଃ ନିର୍ଦ୍ଧାରଣ କରାଯିବ । ପୂର୍ବରୁ ଆବେଦନ ସମୟ ସୀମା ମାର୍ଚ୍ଚ ୨୭ ଥିଲା ।

ଏକ ବିଜ୍ଞପ୍ତିରେ ଓଜେଇଇ ର ମୁଖ୍ୟ ସୁଦୀପ କୁମାର ଚାନ୍ଦ କହିଛନ୍ତି କି, ଲକଡାଉନ ଶେଷ ଓ ସ୍ଥିତି ସାମାନ୍ୟ ହେବା ପରେ ପରୀକ୍ଷା ପାଇଁ ଅନଲାଇନ ଆବେଦନ ଓ ଶୁଳ୍କ ପୈଠ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ ।

ଓଜେଇଇ ର ଅଫିସିଆଲ ୱେବସାଇଟ www.ojee.nic.in ଓ www.odishajee.comକୁ ନିୟମିତ ରୂପେ ଯାଇ ତାଜା ସୂଚନା ବିଷୟରେ ଅବଗତ ହେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଓଜେଇଇ ମୁଖ୍ୟ ପରାମର୍ଶ ଦେଇଛନ୍ତି । କୌଣସି ବିଷୟ ଉପରେ ପ୍ରଶ୍ନ ଥିଲେ ଅଫିସିଆଲ ଇମେଲ ଆଇଡି odishajee@gmail.com ରେ ମେଲ ପଠାଇବାକୁ କୁହାଯାଇଛି ।

Leave A Reply

Your email address will not be published.