Latest Odisha News

BREAKING NEWS

କରୋନା ମୁକାବିଲା: ଗୁଗଲ ଦେବ ୫,୯୦୦ କୋଟି ଟଙ୍କା !

କାଲିଫର୍ଣ୍ଣିଆ: ମହାମାରୀ କରୋନା କବଳରେ କଏଦ ହୋଇଛି ସାରା ବିଶ୍ୱ । ଏହାର ମୁକାବିଲା ପାଇଁ ଚାରିଆଡେ ତାଲା ବନ୍ଦ ଘୋଷଣା କରାଯାଇଛି । ଏଭଳି ସ୍ଥିତିରେ ନେତାମନ୍ତ୍ରୀ ଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ସହାୟତା ପାଇଁ ଆଗେଇ ଆସିଛନ୍ତି । ଏହି ପରିପ୍ରେକ୍ଷିରେ ଗୁଗଲ ମଧ୍ୟ ସହଯୋଗର ହାତ ବଢ଼ାଇଛି । କରୋନା ମୁକାବିଲା ଲାଗି ଗୁଗଲ ଓ ଆଲ୍ଫାବେଟ ମିସି ୫,୯୦୦ କୋଟି ଟଙ୍କାର ସହାୟତା କରିବାକୁ ଘୋଷଣା କରିଛନ୍ତି । ଏନେଇ ଗୁଗଲ ସିଇଓ ସୁନ୍ଦର ପିଚାଇ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ସାରା ବିଶ୍ୱର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟକୁ ଗୁଗଲ ୩୪ କୋଟି ଡଲାର ଦେବ । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏବଂ ଶହେରୁ ଅଧିକ ସରକାରୀ ଏଜେନ୍ସୀଙ୍କୁ ୨୫ କୋଟି ଡଲାରର ବିଜ୍ଞାପନ ସହାୟତା ଦିଆଯିବ। ଏନଜିଓ ଓ ବ୍ୟାଙ୍କମାନଙ୍କ ଲାଗି ୨୦ କୋଟି ଡଲାରର ନିବେଶ ଫଣ୍ଡ ବ୍ୟବସ୍ଥା କରାଯିବ ବୋଲି ପିଚାଇ ପ୍ରତିଶ୍ରୁତି ଦେଇଛନ୍ତି ।
ଗବେଷକ ଓ ଆକାଡେମୀକ ସଂସ୍ଥାମାନଙ୍କୁ ଗୁଗଲ କ୍ଲାଉଡ୍ କ୍ରେଡିଟ୍‌ରେ ୨୦ ନିୟୁତ ଡଲାର ପ୍ରଦାନ କରିବ । ଏହା ଛଡା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ଚିକିତ୍ସା ଉପକରଣର ଉତ୍ପାଦନ ବୃଦ୍ଧି ଲାଗି ମଧ୍ୟ ଗୁଗଲ ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଗୁଗଲ ସିଇଓ କହିଛନ୍ତି ।

Leave A Reply

Your email address will not be published.