Latest Odisha News

କୋଭିଡ-୧୯ ଲକଡାଉନ; ଏହି ୩ ଜିଲ୍ଲାରେ ରୋଗୀଙ୍କୁ ମିଳିବ ଓଲା ଓ ଉବେର ସେବା

ଭୁବନେଶ୍ୱର: ଲକଡାଉନ୍ ସମୟରେ ଭୁବନେଶ୍ୱର, କଟକ ଏବଂ ରାଉରକେଲାରେ ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ଯିବା ଆସିବା ତଥା ରୋଗୀ ଏବଂ ଆଟେଣ୍ଡାଣ୍ଟଙ୍କୁ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର ଓଲା ଏବଂ ଉବେର କମ୍ପାନୀକୁ ଅନୁମତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ ଓଲା ଏବଂ ଉବେର କମ୍ପାନୀର ପ୍ରତ୍ୟେକ ୧୦୦ଟି କ୍ୟାବକୁ କଟକ, ଭୁବନେଶ୍ୱରରେ ଏବଂ ରାଉରକେଲାରେ ୫୦ଟି ଓଲା କ୍ୟାବକୁ ଅନୁମତି ଦିଆଯାଇଛି।

ଏହାବ୍ୟତୀତ ସମସ୍ତ ଯାତ୍ରୀଙ୍କ ଫଟୋ ଏବଂ ଆଇଡି ଅପଲୋଡ୍ କରିବାକୁ ଏସଟିଏ ପକ୍ଷରୁ କ୍ୟାବ ଡ୍ରାଇଭରମାନଙ୍କୁ ନିର୍ଦ୍ଦେଶ ଦେଇଛି।

ଭୁବନେଶ୍ୱର ଓଲା ଏବଂ ଉବେର କ୍ୟାବଗୁଡିକର ଗତିବିଧି ଉପରେ ନଜର ରଖିବେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଏବଂ ଯଦି ଏହାର ଅପବ୍ୟବହାର କରାଯାଏ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

Leave A Reply

Your email address will not be published.