Latest Odisha News

BREAKING NEWS

ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ଶତାଧିକ ଲୋକ !

କର୍ଣ୍ଣ।ଟକ: ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ହେଲେ ଶତାଧିକ ଲୋକ । କର୍ଣ୍ଣ।ଟକ ରାଜ୍ୟର କରୋନା ହଟସ୍ପଟ୍ କଲବୁର୍ଗିରେ ଚାଲିଥିଲା ରଥଟଣା ଉତ୍ସବ । ସରକାରୀ ନିୟମକୁ ବେଖାତିର ଓ ସାମାଜିକ ଦୂରତ୍ୱକୁ ଭୁଲି ଏକତ୍ରିତ ହେଲେ ଶତାଧିକ ଶ୍ରଦ୍ଧାଳୁ ।

ଗୁରୁବାର କଲବୁର୍ଗି ଜିଲ୍ଲାର ଚିତପୁରଠାରେ ସକାଳୁସକାଳୁ ବହୁ ସଂଖ୍ୟାର ଲୋକ ଏକତ୍ରିତ ହୋଇଥିଲେ । ଏକ ଧାର୍ମିକ ଉତ୍ସବରେ ସାମିଲ ହେବା ଅବସରରେ ସମସ୍ତ ଲୋକ ସାମାଜିକ ଦୂରତ୍ୱ ଭଳି ବ୍ୟବସ୍ଥାକୁ ଗୋଡରେ ଆଡେଇ ଦେଇଥିଲେ ।

ସୋସିଆଲ୍ ମିଡିଆରେ ଏହି ଧାର୍ମିକ ଉତ୍ସବର ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଶହଶହ ଲୋକ ଏକାଠି ରଥ ଟାଣିବାରେ ସ୍ପଷ୍ଟ ଦେଖିବାକୁ ମିଳିଛି । କାନ୍ଧକୁ କାନ୍ଧ ମିଶାଇ ଲୋକେ ରଥ ଟାଣୁଥିବାବେଳେ ଚୁପ୍ ରହିଥିଲା ସ୍ଥାନୀୟ ପୋଲିସ ପ୍ରଶାସନ ।

ANI ରିପୋର୍ଟ ଅନୁଯାୟୀ ସିଦ୍ଧଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୧୦୦ ରୁ ୧୫୦ ଲୋକ ପ୍ରାୟ ୨୦ ମିନିଟ୍ ପାଇଁ ଏକତ୍ରିତ ହୋଇଥିଲେ । ସମସ୍ତେ ରଥ ଟଣାରେ ସାମିଲ ହୋଇଥିଲେ । ଲକ୍‌-ଡାଉନ୍ ନିୟମ ଭଙ୍ଗ କରିବା ଅଭିଯୋଗରେ ସମସ୍ତଙ୍କ ବିରୋଧରେ ମାମଲା ଦାୟର ହୋଇଥିଲାବେଳେ ୨୦ ଜଣଙ୍କର ଚିହ୍ନଟ ହୋଇଛି । ଏହି ଘଟଣାକୁ ନେଇ ଜଣେ ଉପ-ନିରୀକ୍ଷକ ନିଲମ୍ବିତ ହୋଇଛନ୍ତି ।

Leave A Reply

Your email address will not be published.