Latest Odisha News

BREAKING NEWS

ହାତ ନ ଧୋଇଲେ ଗାଁକୁ ପସିବା ମନା

ଗଜପତି: ହାତ ନ ଧୋଇଲେ ଗାଁକୁ ଆସିବା ମନା । ବିନା ହାତ ଧୁଆରେ କେହି ବି ପସି ପାରିବେନି ଗାଁ ଭିତରକୁ । କରୋନା ଭୂତାଣୁକୁ ନେଇ ଚାରିଆଡେ ହାତ ଧୋଇବା ପାଇଁ ସଚେତନ କରାଯାଉଥିବା ବେଳେ ଗଜପତି ଜିଲ୍ଳାର ବାଦକୁଡୁରୁ ଗାଁରେ ଏହି ନିୟମକୁ କଡାକଡି କରାଯାଇଛି । ଗାଁ ଭିତରକୁ ପସିବା ପୂର୍ବରୁ ଗାଁ ଲୋକେ ସମସ୍ତଙ୍କୁ ହାତ ଧୁଆଉଛନ୍ତି ।
ଗ୍ରାମବାସୀ ନିଜ ଖର୍ଚ୍ଚରେ ବାହାର ଲୋକଙ୍କୁ ସାବୁନ ଓ ହ୍ୟାଣ୍ଡ ସାନିଟାଇଜର ଦେଇ ହାତ ଧୋଇବା ପାଇଁ କହୁଛନ୍ତି । ଆଉ ଯିଏ କଥା ନଶୁଣେ ତାଙ୍କୁ ଗାଁ ଭିତରକୁ ପସିବାକୁ ଦେଉ ନାହାନ୍ତି । କରୋନା ଭୂତାଣୁ ବ୍ୟାପିବା ସଚେତନତାକୁ ନେଇ ବାଦକୁଡୁରୁ ଗାଁ ଲୋକଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କ ପାଇଁ ଏକ ନୂଆ ଉଦହାରଣ ସୃଷ୍ଟି କରିଛି ।

Leave A Reply

Your email address will not be published.