Latest Odisha News

କରୋନାରେ ବଢିଲା ପ୍ରେମ; ଆକାଶଛୁଆଁ ବୃଦ୍ଧି ପାଉଛି କଣ୍ଡୋମ ବିକ୍ରି !

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଲକ୍ ଡାଉନ୍ । ଜନସାଧାରଣ ଏବେ ଘରେ ରହିବା ଛଡ଼ା ଅନ୍ୟ ଉପାୟ କିଛି ନାହିଁ । ବିଭିନ୍ନ ଫାରମାଚ୍ୟୁଟିକାଲ୍ସ କମ୍ପାନୀ ଏବଂ କେତେକ ଇ-କମର୍ସ ସାଇଟର ସୂଚନାନୁଯାୟୀ ଲକଡ଼ାଉନ୍ ଆରମ୍ଭ ହେବା ଦିନଠୁଁ ହିଁ ଅତ୍ୟଧିକ ମାତ୍ରାରେ କଣ୍ଡୋମ୍ ଏବଂ ଗର୍ଭ ନିରୋଧକ ବଟିକାର ବିକ୍ରି ବୃଦ୍ଧି ପାଇଛି ।

କରୋନା ଭୂତାଣୁ ପ୍ରଭାବ ଲାଗି ଦେଶର ଅଧିକାଂଶ ସ୍ଥାନରେ ତାଲା ବନ୍ଦ ଘୋଷଣା କରାଯାଇଥିବା ଯୋଗୁଁ ଦମ୍ପତ୍ତିମାନେ ଘରେ ରହିବାକୁ ଏକରକମ ବାଧ୍ୟ ହୋଇଛନ୍ତି । ମନସ୍ତାତ୍ୱିକ ଭାବେ ପ୍ରେମ ଭାବନା ସୃଷ୍ଟି ହେବା ସ୍ୱାଭାବିକ । ବିଭିନ୍ନ ଅଫିସ କାର୍ଯ୍ୟ, ଚାକିରି ଓ ସାମାଜିକ କାର୍ଯ୍ୟକ୍ରମ ଆଦି ଯୋଗୁଁ ପୂର୍ବରୁ ଦମ୍ପତ୍ତିମାନେ ପରସ୍ପର ଭେଟାଭେଟି ଲାଗି ଆଦୌ ଅଧିକ ସମୟ ପାଇପାରୁ ନଥିଲେ । ଏବେ ଘରେ ରହିବାକୁ ସୁଯୋଗ ପାଇପାରୁଛନ୍ତି ।

ଦମ୍ପତ୍ତିମାନେ ଘରେ ଦିନ ତମାମ ରହିବା ଦ୍ୱାରା ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଦ୍ୱିଗୁଣିତ ହେବାରେ ଲାଗିଛି । ତେଣୁ ଦେଶର ଅଧିକାଂଶ ଔଷଧ ଦୋକାନ ଓ ଇ-କମର୍ସ ସାଇଟ୍ ଗୁଡ଼ିକରେ କଣ୍ଡୋମ ଏବଂ ଗର୍ଭ ନିରୋଧକ ବଟିକା ବିକ୍ରି ଆଶାତୀତ ଭାବେ ବଢି ବଢି ଚାଲିଥିବାର ସୂଚନା ହସ୍ତଗତ ହୋଇଛି ।

ତେବେ ନୂ୍‌ଆଦିଲ୍ଲୀରେ ଏକ ସର୍ଭେ ଅନୁଯାୟୀ, ସେଠାରେ ମାସ୍କ, ଭିଟାମିନ୍ ସି ଟାବଲେଟ, କ୍ଲୋରୋକ୍ୱିନ ବଟିକା ସହିତ କଣ୍ଡୋମ ବିକ୍ରି ସବୁଠାରେ ଆଗରେ ରହିଛି ।

“ଯୁଦ୍ଧ ସମୟରେ ବା ମହାମାରୀ ବ୍ୟାପୀଥିବା ସମୟରେ ଉଭୟଙ୍କ ମଧ୍ୟରେ ଦୈହିକ ସମ୍ପର୍କ ବୃଦ୍ଧି ପାଇଥାଏ । ପରସ୍ପର ପ୍ରତି ଦମ୍ପତ୍ତିମାନେ ଅଧିକ ମାତ୍ରାରେ ଆକର୍ଷିତ ହୋଇପଡ଼ିଥାଆନ୍ତି ।” ଦିଲ୍ଲୀର ସାର୍ ଗଗନ ଗଙ୍ଗାରାମ ହସ୍ପିଟାଲର ମନସ୍ତାତ୍ୱିକ ବିଭାଗ ପରାମର୍ଶଦାତା ରାଜୀବ ମେହେଟା ପିଟିଆଇକୁ ସୂଚନା ଦେଇ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଡ଼ ବଡ଼ ସହରରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସାଧାରଣତଃ ଦମ୍ପତ୍ତିମାନେ ପରସ୍ପରକୁ ଅଧିକ ସମୟ ପାଇପାରିନଥାନ୍ତି, ତେଣୁ ପର୍ଯ୍ୟାପ୍ତ ଭାବେ ଯୌନ ସମ୍ବନ୍ଧ ରକ୍ଷା କରିପାରିବାକୁ ସକ୍ଷମ ହୋଇନଥାନ୍ତି ।

ଏହି ୨୧ ଦିନ ଦମ୍ପତ୍ତିମାନଙ୍କ ମିଶିବା ଲାଗି ସୁବର୍ଣ୍ଣ ସୁଯୋଗ ମାତ୍ର ଅଧିକମାତ୍ରାରେ ପରସ୍ପର ଘରେ ରହିବା ମଧ୍ୟ କଳିକୁ ଉସୁକାଇଥାଏ ।

ତେବେ ସବୁଠାରୁ କୌତୁହଳର କଥା ହେଉଛି ଯେ, ଆସନ୍ତା ଡିସେମ୍ବର ମାସ ବେଳକୁ ଜନ୍ମହାର ସଂଖ୍ୟା ହୁଏତ ଅଧିକ ମାତ୍ରାରେ ବଢିଯାଇପାରେ ।

Leave A Reply

Your email address will not be published.