ଲଣ୍ଡନ: କୋଭିଡ-୧୯ ମହାମାରୀ ନେଇ ସମ୍ପୂର୍ଣ୍ଣ ବିଶ୍ୱ ଚୀନକୁ ଦାୟୀ କରୁଛି । ମଙ୍ଗଳବାର ଲଣ୍ଡନର ହାୱାର୍ଡ ମେଡିକାଲ ସ୍କୁଲ ପକ୍ଷରୁ ଏ ନେଇ ଏକ ଗବେଷଣା କରାଯାଇଥିଲା । ରିପୋର୍ଟରେ ୨୦୧୯ ଅଗଷ୍ଟରୁ ଚୀନର ଉହାନରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି । ଚୀନ ଏହାକୁ ଲୁଚାଇ ରଖି ଡିସେମ୍ବରରେ ଜଣାଇଥିଲା ।
ସାଟେଲାଇଟ ଇମେଜ, ସର୍ଚ୍ଚ ଇଂଜିନ ଡାଟା ଏବଂ ଡାକ୍ତରଖାନାରେ ଲୋକଙ୍କ ଯିବା ଆସିବାକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଅଗଷ୍ଟରେ ଉହାନରେ ଥଣ୍ଡା ଏବଂ ଡାଇରିଆ ରୋଗୀ ଅଧିକ ଆସିଥିବା ଡାଟା ମଧ୍ୟ ହସ୍ତଗତ ହୋଇଛି ।
Comments are closed.