Latest Odisha News

BREAKING NEWS

ସେପ୍ଟେମ୍ବର ଯାଏଁ ବଢ଼ିଲା ମୋଟରଯାନ କାଗଜ ପତ୍ରର ସମୟ ସୀମା ଅବଧି

ନୂଆଦିଲ୍ଲୀ: ବଢ଼ିଲା ମୋଟରଯାନ କାଗଜପତ୍ରର ସମୟ ସୀମା ଅବଧି । ସଂଶୋଧିତ ମୋଟରଯାନ ନିୟମ ଅନୁଯାୟୀ ସମସ୍ତ କାଗଜପତ୍ରର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ ଏହି ସମୟ ସୀମା ଅବଧିକୁ ବଢ଼ାଇ ଦିଆଯାଇଛି । ଏନେଇ ମଙ୍ଗଳବାର କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ସୂଚନା ଦେଇଛନ୍ତି ।

BjdElectrycity

ଡ୍ରାଇଭିଂ ଲାଇସେନ୍ସ ସହ, ଗାଡିର ସମସ୍ତ କାଗଜପତ୍ର, ଯେପରିକି ଫିଟନେସ ଓ ପଂଜିକରଣ ଆଦିର ସମୟ ସୀମାକୁ ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି କରାଯାଇଛି । ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଯୋଗ୍ୟ ଯେ, ପ୍ରଥମେ ଏହି ସମୟ ସୀମା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ପୁଣି ଥରେ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ତୃତୀୟ ଥର ଲାଗି ଏହି ସମୟ ସୀମାକୁ ପୁଣି ଥରେ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.