Latest Odisha News

BREAKING NEWS

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡ୍-୧୯କୁ ଡବ୍ଲୁଏଚଓ ବିଶ୍ୱ ମହାମାରୀ ସୂଚୀରୁ ହଟାଇ ଦେଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟ କମିଟିର ୧୫ତମ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି ।

ଡବ୍ଲୁଏଚଓର ଡାଇରେକ୍ଟର ଜେନେରାଲ୍ ଡ. ଟେଡ୍ରୋସ୍ କହିଛନ୍ତି, ଜରୁରୀକାଳୀନ କମିଟିର ୧୫ତମ ବୈଠକ ବସିଥିଲା । ଯେଉଁଥିରେ କୋଭିଡ୍-୧୯କୁ ବିଶ୍ୱ ମହାମାରୀ ତାଲିକାରୁ ବାହାରକ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୦ ଜାନୁଆରୀ ୩୦ରେ ଡବ୍ଲୁଏଚ୍ଓ କୋଭିଡକୁ ମହାମାରୀ ତାଲିକାରେ ରଖିଥିଲା ।

Leave A Reply

Your email address will not be published.