Latest Odisha News

BREAKING NEWS

ଭିନ୍ନ ଢଙ୍ଗରେ ଏଣ୍ଟ୍ରି କଲେ ଅଭିଷେକ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ କମେଡ଼ି ଶୋ ‘ଦ କପିଲ ଶର୍ମା’କୁ ଫେରିଛନ୍ତି ପ୍ରସିଦ୍ଧ ହାସ୍ୟ ଅଭିନେତା କୃଷ୍ଣ ଅଭିଷେକ । ସମ୍ପ୍ରତି ଶୋ’ର ପ୍ରୋମୋ ଟେଲିକାଷ୍ଟ ହେଉଛି, ଯେଉଁଥିରେ ହାସ୍ୟ ଅଭିନେତା ଭିନ୍ନ ଢଙ୍ଗରେ ଏଣ୍ଟ୍ରି କରୁଛନ୍ତି । ସେ ‘ସପନା’ ଚରିତ୍ରରେ ନଜର ଆସିବା ସହ ତାଙ୍କ ପାଲର ପୁଣି ଥରେ ଖୋଲିଛନ୍ତି ।

ଏହି ପ୍ରୋମୋରେ ଲୋକେ କୃଷ୍ଣଙ୍କୁ ଦେଖି ଖୁସିବ୍ୟକ୍ତି କରିଛନ୍ତି । ତାଙ୍କ କମେଡ଼ିକୁ ପୁଣିଥରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି । ଶୋରେ କୃଷ୍ଣଙ୍କ କମେଡ଼ିକୁ ଲୋକେ ବହୁତ ପସନ୍ଦ କରନ୍ତି । ତାଙ୍କର ପାରିଶ୍ରମିକକୁ ନେଇ ବିବାଦ ଦେଖାଦେବାରୁ ସେ ଏହି ଶୋ ଛାଡ଼ି ଦେଇଥିଲେ । ଏବେ ତାଙ୍କ ପାରିଶ୍ରମିକରେ ବୃଦ୍ଧି ଘଟିଛି । ପୂର୍ବରୁ କୃଷ୍ଣ ଏକ ଏପିସୋଡ୍ ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ପାଉଥିଲେ । ତେବେ ବର୍ତ୍ତମାନ ତାଙ୍କ ଦେୟ ବୃଦ୍ଧି କରାଯିବାରୁ ସେ ଏହି ଶୋକୁ ଫେରିଛନ୍ତି ।

Leave A Reply

Your email address will not be published.