Latest Odisha News

BREAKING NEWS

ଖୁସି ଖବର: ସଂକ୍ରମିତଙ୍କ ତୁଳନାରେ ବଢ଼ିଲା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଥମିବାର ନା ଧରୁନି । ତେବେ ଏହି ସଂକ୍ରମିତଙ୍କ ତୁଳନରେ ଏବେ ବଢ଼ିଛି ସୁସ୍ଥ ହାର । ବୁଧବାର ପ୍ରଥମଥର ପାଇଁ ସୁସ୍ଥ ହୋଇଥିବା କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଦେଶରେ ଥିବା ମୋଟ ସକ୍ରିୟ ମାମଲାକୁ ଅତିକ୍ରମ କରିଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ବୁଧବାର ସୁଦ୍ଧା ଦେଶରେ ଅକ୍ରାନ୍ତଙ୍କ ସଂଖ୍ୟା ୧,୩୩,୬୩୨ ଥିବାବେଳେ ୧,୩୫,୨୦୫ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜ୍ଝ ପ୍ରଥମଥର ପାଇଁ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୪୮.୯୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୧୦,୦୦୦ ନୂତନ ସଂକ୍ରମଣର ରିପୋର୍ଟ ହୋଇଛି ଜ୍ଝ ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇ ଦେଶରେ ୨୭୯ଟି ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୭,୭୪୫ରେ ପହଞ୍ଚିଛି।

Leave A Reply

Your email address will not be published.