Latest Odisha News

BREAKING NEWS

‘ହଁ ଚୀନ କବଜା କରିଛି’ ଲଦାଖର ବିଜେପି ସାଂସଦଙ୍କ ଏହି ଉତର ଏବେ ଭାଇରାଲ ହୋଇଛି

ନୂଆଦିଲ୍ଲୀ : ‘ହଁ ଚୀନ କବଜା କରିଛି’ ଲଦାଖର ବିଜେପି ସାଂସଦ ଜାମୟାଂଗ ସୋରିଙ୍ଗଙ୍କ ଏହି ଉତର ଏବେ ଭାଇରାଲ ହୋଇଛି । ରାହୁଲ ଗାନ୍ଧୀ ସରକାରଙ୍କ ପ୍ରଶ୍ନ କରିଥିଲେ ଚୀନ୍ ଲଦାଖରେ ଭାରତୀୟ ଅଞ୍ଚଳକୁ କବଜା କରିଛି କି ନାହିଁ । ସୋରିଙ୍ଗ ନିଜ ଟ୍ୱିଟର ଆକାଉଣ୍ଟରେ ରାହୁଲଙ୍କୁ ଟ୍ୟାଗ କରି ଏହି ଉତ୍ତର ରଖିଛନ୍ତ । କଂଗ୍ରେସ ଶାସନ ସମୟରେ ଚୀନ୍ ଆକସାଇ ଚୀନ, ଜୋରାବର କିଲ୍ଲା ଓ ଦୁମେ ଚେଲେକୁ ଅଧିକାର କରିଥିଲା। ୧୯୬୨ରେ ଭାରତର ଅକସାଇକୁ ଯାହା ପ୍ରାୟ ୩୭,୨୪୪ କିଲୋମିଟର ଅଞ୍ଚଳ ଚୀନ୍ ମାଡି ବସିଥିଲା । ଏହାପରେ ୨୦୦୮ରେ ଚାବଜୀ ଘାଟୀ ଓ ଚୁମର ର ପେଁନକ ଭାରତୀୟ ଭୂଖଣ୍ଡ ଜବର ଦଖଲ କରିଛି । ୨୦୦୮ରେ ଚୀନ୍ ସେନା ଦେମଜୋକରେ ଜୋରାବର କିଲ୍ଲାକୁ ନଷ୍ଟ କରି ଏଠାରେ ୨୦୧୨ରେ ଅବଜରଭେସନ୍ କେନ୍ଦ୍ର ଖୋଲିଛନ୍ତି । ୨୦୦୮-୨୦୦୯ରେ ଚୀନ୍ ଦୁଂଗଟି ଓ ଦେମଚୋକ ଉପରେ କବଜା କରିଛି ବୋଲି ସୋରିଙ୍ଗ ଉଲ୍ଲେଖ କରିଛନ୍ତି ।

ଏହି ଘଟଣାରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ଦୋଷ ଦେବା ପାଇଁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି। ପୂର୍ବ ଲଦାଖରେ ଭାରତ ଓ ଚୀନ୍‌ର ସେନା ମୁହାଁ ମୁହିଁ ପରିସ୍ଥିତିରେ  ଚୀନ୍‌ସେନା କିଛି ଅଞ୍ଚଳରେ ଅନୁପ୍ରବେଶ କରିଥିଲେ । ଭାରତୀୟ ସେନା ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା ।

Leave A Reply

Your email address will not be published.