Latest Odisha News

BREAKING NEWS

ଦିଲ୍ଲୀବାସୀ ସାବଧାନ ! ବଢୁଛି କରୋନା ମୃତ୍ୟୁ, ନଭେମ୍ବରରେ ଗଲାଣି ୨୩ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଛି କରୋନା । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିଲ୍ଲୀରେ କରୋନା ମୃତ୍ୟୁ ଏବେ ଟେନସନ୍ ବଢାଉଛି । ଏହି ନଭେମ୍ବର ମାସରେ ହିଁ ୨୩ଶହରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଇ ସାରିଲାଣି ମହାମାରୀ । ଅକ୍ଟୋବର ୨୮ରୁ ବର୍ତ୍ତମାନ ସୁଦ୍ଧା କରୋନା ଯୋଗ ୨୩୬୪ ଜଣଙ୍କ ଜୀବନ ଗଲାଣି । ଏବେ ଦିଲ୍ଲୀରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୭୨୦କୁ ବୃଦ୍ଧି ପାଇଛି ।

ଦିଲ୍ଲୀରେ ମହାମାରୀ ଦ୍ରୁତ ଗତିରେ ବଢୁଥିବାରୁ ହାଇକୋର୍ଟ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି । ୩୩ ପ୍ରାଇଭେଟ୍ ହସ୍ପିଟାଲରେ ୮୦ ପ୍ରତିଶତ ଆଇସିୟୁ ବେଡ୍ କରୋନା ଆକ୍ରାନ୍ତଙ୍କ ପାଇଁ ରିଜର୍ଭ ରଖାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ହୋଇଥିବା ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ସ୍ଥିତି ଏବେ ସାଂଘାତିକ ରହିଛି ।

ଦିଲ୍ଲୀରେ ଏବେ ପ୍ରତ୍ୟେକ ଦିନ ୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ମଙ୍ଗଳବାର ୬ ହଜାର ୨୨୪ ଜଣ ଆକ୍ରାନ୍ତ ହୋଇଥବା ବେଳେ ବୁଧବାର ଏହି ସଂଖ୍ୟା ଥିଲା ୫ ହଜାର ୨୪୬ । ଏବେ ଦିଲ୍ଲୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୫ ହଜାର ୭୮୭ରେ ପହଞ୍ଚିଲାଣି । ଏମାନଙ୍କ ମଧ୍ୟରୁ ୪ ଲକ୍ଷ ୯୮ ହଜାର ୭୮୦ ଜଣ ଆରୋଗ୍ୟ ଲାଭ କରି ସାରିଲେଣି । ବିଶେଷଜ୍ଞଙ୍କ କହିବା ଅନୁସାରେ ହସ୍ପିଟାଲରେ ପହଞ୍ଚିବାରେ ବିଳମ୍ବ, ଆଇସିୟୁ ସଂଖ୍ୟା କମ୍‌, ପ୍ରଦ୍ୟୁଷଣ ବୃଦ୍ଧି ଯୋଗୁ କରୋନା ମୃତ୍ୟୁ ବୃଦ୍ଧି ପାଉଛି ।

Leave A Reply

Your email address will not be published.